Report Card Odisha

| Daily Odia News

ପୁଣି ଭାଙ୍ଗିଲା ମହାପ୍ରଭୁ ଜଗନ୍ନାଥଙ୍କ ରୋଷଘର ଚୁଲି……

ରିପୋର୍ଟ କାର୍ଡ / ପୁରୀ

ପୁଣି ଭାଙ୍ଗିଲା ପୁରୀ ଗୁଣ୍ଡିଚା ମନ୍ଦିର ରୋଷଘ ଚୁଲି | ଆଡ଼ପ ଅବଢ଼ା ରନ୍ଧା ହେବାପାଇଁ ଏହି ଚୁଲି ପ୍ରସ୍ତୁତ ହୋଇଥିଲା | ୭୫୨ ଟି ଚୁଲି ରୁ ୨୦ଟି ଚୁଲିକୁ କେହି ଭାଙ୍ଗି ଦେଇଥିବା ସୂଚନା ମିଳିଛି। ସୁଆର ମହାସୁଆର ନିଯୋଗ ସଭାପତି ନାରାୟଣ ମହାସୁଆର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସେଠାରେ ନୂଆ ଚୁଲି ତିଆରି ହୋଇଥିଲା। କାଲି ରାତିରେ କେହି ସେଠାରେ ପଶି ୨୦ଟି ଚୁଲି ଭାଙ୍ଗି ଦେଇଛି। କିଏ ଭାଙ୍ଗିଛି ତାହା ଜଣାପଡ଼ିନି। ଯିଏ ପାରି ସିଏ ଏବେ ତା’ ଭିତରକୁ ପଶିଯାଉଛନ୍ତି। କିଛି ବ୍ୟବସ୍ଥା ନାହିଁ। ତେଣୁ କିଏ ପଶି ଭାଙ୍ଗି ଦେଇଥିବ। ସେ ଆହୁରି କହିଛନ୍ତି, ଆସନ୍ତାକାଲିଠୁ ଆଡ଼ପ ଅବଢ଼ା ରନ୍ଧା ହେବା ପାଇଁ ଏହି ଚୁଲି ଗୁଡ଼ିକୁ ତିଆରି କରାଯାଇଥିଲା। ସୁଆର ସେବାୟତ ଟୁଲୁ ମହାସୁଆର କହିଛନ୍ତି, ୫ ଦିନ ପୂର୍ବରୁ ଚୁଲି ଗୁଡ଼ିକୁ ତିଆରି କରାଯାଇଥିଲା। ମୋଟ ୭୫୨ଟି ଚୁଲି ତିଆରି କରାଯାଇଥିଲା। ତା’ ମଧ୍ୟରୁ ୨୦ଟି ଚୁଲିକୁ ଭାଙ୍ଗି ଦିଆଯାଇଛି। କେହି ଏଗୁଡ଼ିକୁ ହାତରେ ଭାଙ୍ଗିଛି। ଶ୍ରୀମନ୍ଦିର ରୋଷଘର ଚୁଲି ଭଳି ଏଗୁଡ଼ିକୁ ତଡ଼ା ଯାଇନି। ଚୁଲି ଗୁଡ଼ିକର ମାଟି କଞ୍ଚା ଥିବାରୁ ହାତରେ ଭଙ୍ଗା ଯାଇଛି। ବାହାର ଲୋକେ କେହି ଭାଙ୍ଗି ନାହାନ୍ତି। ଆମ ସେବାୟତ ଭାଇଙ୍କ ଭିତରୁ କେହି ଚୁଲି ଗୁଡ଼ିକୁ ଭାଙ୍ଗି ଥିବା ଭଳି ମନେ ହେଉଛି।

Breaking News