Report Card Odisha

| Daily Odia News

୨୦୨୨ ୟୁପି ବିଧାନସଭା ନିର୍ବାଚନ ହେବ ଦେଶର ସର୍ବ ବୃହତ,ବିହାର ଭଳି ନହେଉ…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଉତ୍ତରପ୍ରଦେଶରେ ୨୦୨୨ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ମାହୋଲ ସରଗରମ ରହିଛି | ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ୨୦୨୨ ବିଧାନସଭା ନିର୍ବାଚନକୁ ଦେଶର ଏପର୍ଯ୍ୟନ୍ତ ଅନୁଷ୍ଠିତ ସର୍ବବୃହତ୍ତ ନିର୍ବାଚନ ବୋଲି କହିଛନ୍ତି। ତେବେ ଇଭିଏମ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଡିଏମଙ୍କ ପ୍ରତି ଆଲର୍ଟ ରହିବା ପାଇଁ ଅଖିଳେଶ ପାର୍ଟିର କାର୍ଯ୍ୟକର୍ତ୍ତାମାନଙ୍କୁ ସତର୍କ କରାଇଛନ୍ତି। ବିହାରରେ ଏଥିପ୍ରତି କେହି ଦୃଷ୍ଟି ଦେଇନଥିଲେ ଏଣୁ ଉଭୟ ସିଷ୍ଟମ ରାଜ୍ୟବାସୀଙ୍କୁ ଧୋକା ଦେଇଥିଲେ, ତେବେ ମମତା ଓ ତୃଣମୂଳ ଏଥିପ୍ରତି ପ୍ରଥମରୁ ସତର୍କ ରହିବା ଯୋଗୁ ଜବାବ ଦେଇପାରିଥିବା ଅଖିଳେଶ କହିଛନ୍ତି। ଏହା ପୂର୍ବରୁ ସେ ବୁଥ ଉପରେ ବିଜେପିର କୁ ଦୃଷ୍ଟି ଥିବା ନେଇ କାର୍ଯ୍ୟକର୍ତ୍ତାଙ୍କୁ ସତର୍କ କରାଇଥିଲେ। ଏଣୁ ରାଜ୍ୟରେ ଗଣତନ୍ତ୍ରକୁ ବଞ୍ଚାଇବାକୁ ହେଲେ ସପା କାର୍ଯ୍ୟକର୍ତ୍ତାଙ୍କ ଲାଗି ଏବେ ଅଗ୍ନିପରୀକ୍ଷାର ସମୟ ବୋଲି ସେ କହିଛନ୍ତି। କାର୍ଯ୍ୟକର୍ତ୍ତାମାନେ ନିଜନିଜ ବୁଥସ୍ତରରେ ପୁରା ମଜଭୁତିର ସହ କାର୍ଯ୍ୟରେ ଜୁଟିଯିବାକୁ କହିଛନ୍ତି। ଗଣତନ୍ତ୍ରର ଏହି ଉତ୍ସବ( ୨୦୨୨ ବିଧାନସଭା ନିର୍ବାଚନ)ରେ ପବିତ୍ରତା ରକ୍ଷା ଲାଗି ସବୁ କାର୍ଯ୍ୟକର୍ତ୍ତା ଗୋଟିଏ ପଟେ ପୁରା ନିଷ୍ଠାର ସହ କାର୍ଯ୍ୟ କରିବା ବେଳେ ଅପର ପଟେ ବିଜେପିର ଅଗଣତାନ୍ତ୍ରିକ ଉଦ୍ଦେଶ୍ୟ ପ୍ରତି ମଧ୍ୟ ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବା ଦରକାର ବୋଲି ଅଖିଳେଶ କହିଛନ୍ତି। ତେବେ ବିଜେପି ରାଜ୍ୟରେ ଯେପରି ଲୋକଙ୍କୁ ପୁଣି ଧୋକା ଦେଇ ନ ପାରେ ସେଥିଲାଗି ସପା ମଜଭୁତ ରଣନୀତି ପ୍ରସ୍ତୁତ କରୁଥିବା ମଧ୍ୟ ଅଖିଳେଶ କହିଛନ୍ତି। ମିଥ୍ୟା ପ୍ରଚାରରେ ବିଜେପି ଏବେ ଅଗ୍ରଣୀ ପାର୍ଟି ପାଲଟିଛି। ଗଣମାଧ୍ୟମ ପ୍ରଚାର ଲାଗି କୋଲକାତାର ଫ୍ଲାଇଓଭରକୁ ବିଜେପି ସରକାର ଉତ୍ତରପ୍ରଦେଶରେ ଦେଖାଇ ପାରୁଛନ୍ତି। ଏଥିରେ ସପାର ଗତ ସରକାର କାଳର କାର୍ଯ୍ୟକୁ ବି ନିଜ କାର୍ଯ୍ୟରେ ଗଣାଇବା ସେମାନଙ୍କ ଲାଗି କିଛି ବଡ଼ କଥା ନୁହେଁ। ସେମାନଙ୍କର କହିବା କଥା ହେଲା ଦେଶରେ ଯାହା ବି ଭଲ କାମ କିଛି ହୋଇଛି ସେ ସବୁ ବିଜେପି ହିଁ କରିଛି । ସେମାନେ ଯେପରି ଭଲ କାମର ଶ୍ରେୟ ନେଇ ପାରନ୍ତି ସେମାନେ କରିଥିବା ପ୍ରତିଟି ମନ୍ଦ କାମର ଲୋକେ ହିସାବ ରଖିଥିବା ସେମାନେ ଜାଣିନେବା ଦରକାର ବୋଲି କହିଛନ୍ତି ଅଖିଳେଶ ।

Breaking News