ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ପାଇଁ ଗୁରୁବାର ସନ୍ଧ୍ୟାରେ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି। ଚଳିତ ମାସ ୨୬ ତାରିଖରେ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଲୋକସଭା ଆସନ ସମେତ ମଣିପୁର ବାହାର ଲୋକସଭା ନିର୍ବାଚନ ମଣ୍ଡଳୀର ଅବଶିଷ୍ଟ ଅଂଶ ପାଇଁ ମତଦାନ ହେବ। ପ୍ରଥମ ପର୍ଯ୍ୟାୟରେ ବାହାର ମଣିପୁର ନିର୍ବାଚନ ମଣ୍ଡଳୀର ଏକ ଭାଗରେ ମତଦାନ ହେବ। ମଥୁରା ଲୋକସଭା ଆସନରୁ ହେମା ମାଳିନୀ, କର୍ଣ୍ଣାଟକର ମାଣ୍ଡ୍ୟାରୁ ଏଚ୍ ଡି କୁମାରସ୍ୱାମୀ, କେରଳର ତ୍ରିଶୂରରୁ ଅଭିନେତା ତଥା ରାଜନେତା ସୁରେଶ ଗୋପୀ, ୱାୟନାଡରୁ କେ ସୁରେନ୍ଦ୍ରନ ଏବଂ ଆଲାପୁଜାରୁ କେସି ବେଣୁଗୋପାଳ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତାକାଲି ଦ୍ଵିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଯାଞ୍ଚ ହେବ। ଜମ୍ମୁ-କଶ୍ମୀରରେ ଶନିବାର ନାମାଙ୍କନ ପତ୍ର ଯାଞ୍ଚ ହେବ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..