Report Card Odisha

| Daily Odia News

୨୦୨୪ରେ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ହେବେ…..

ରିପୋର୍ଟ କାର୍ଡ / କୋଲକାତା

୨୦୨୪ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଉପଯୁକ୍ତ ପ୍ରାର୍ଥୀ। ଏନେଇ ଟିଏମସି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିଓ କହିଛନ୍ତି | ଏହା ମଧ୍ୟ କହିଛନ୍ତି ଯେ “ମୁଁ ଚାହୁଁଛି ଆମ ଦଳର ଅଧିନାୟକ ମମତା ବାନାର୍ଜୀ ୨୦୨୪ରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିରୋଧୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ପଦବୀ ପାଇଁ ମମତା ବାନାର୍ଜୀ ଜଣେ ଉପଯୁକ୍ତ ପ୍ରାର୍ଥୀ ବୋଲି କେହି ଅସ୍ୱୀକାର କରିପାରିବେ ନାହିଁ।” ରାଜନୀତିରୁ ବିଦାୟ ନେବାର ମାସକ ପରେ ପୂର୍ବତନ ବିଜେପି ନେତା ଟିଏମସି ରେ ଯୋଗ ଦେଇଥିଲେ। ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏବଂ ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଇନ୍‌ଙ୍କ ଉପସ୍ଥିତିରେ ବାବୁଲ ସୁପ୍ରିଓଙ୍କୁ ଟିଏମସିରେ ଯୋଗ ଦେଇଥିଲେ।

Breaking News