ରିପୋର୍ଟ କାର୍ଡ / ବ୍ରହ୍ମପୁର
ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ହତ୍ୟା ମାମଲାରେ ନୂଆ ମୋଡ ଦେଖିବାକୁ ମିଳିଛି। ପୀତବାସଙ୍କ ସପକ୍ଷରେ ମାମଲା ଲଢିବାକୁ ୨୦୯ ଜଣ ଆଇନଜୀବୀ ପ୍ରସ୍ତୁତ ହୋଇଛନ୍ତି। ଶୁକ୍ରବାର ଗଞ୍ଜାମ ଓକିଲ ସଂଘର ବରିଷ୍ଠ ଆଇନଜୀବୀ ଶିଶିର ପାଣିଗ୍ରାହୀଙ୍କ ନେତୃତ୍ବରେ ୨୦୯ ଜଣ ଆଇନଜୀବୀ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ପହଞ୍ଚି ଓକିଲାତିନାମାରେ ଦସ୍ତଖତ କରିଥିଲେ। ପୂର୍ବରୁ ଏହି ମାମଲାର ଅଭିଯୁକ୍ତ ଥିବା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସପକ୍ଷରେ ମାମଲା ଲଢିବାକୁ ୫୩ ଜଣ ଆଇନଜୀବୀ ଓକିଲାତିନାମାରେ ଦସ୍ତଖତ କରିଥିଲେ। ସେହିକ୍ରମରେ ଆଜି ପୀତବାସଙ୍କ ସପକ୍ଷରେ ୨୦୯ ଜଣ ଓକିଲାତିନାମା ଦାଖଲ କରିଥିବା କୁହାଯାଉଛି।ପୀତବାସ ହତ୍ୟା ମାମଲା ରାଜ୍ୟବ୍ୟାପୀ ଚର୍ଚ୍ଚାରେ ରହିଥିବା ବେଳେ ବର୍ତ୍ତମାନ ଗଞ୍ଜାମ ଓକିଲ ସଂଘର ସଦସ୍ୟମାନେ ଗୋଟିଏ ମାମଲାରେ ୨ ପକ୍ଷରେ ଛିଡା ହୋଇଥିବା ଦେଖିବାକୁ ମିଳିଛି। ପୀତବାସ ଜଣେ ଆଇନଜୀବୀ ହୋଇଥିବା ବେଳେ ବିକ୍ରମ ମଧ୍ୟ ଜଣେ ଆଇନଜୀବୀ ଓ ସେ ଗଞ୍ଜାମ ଓକିଲ ସଂଘର ସଦସ୍ୟ ଅଛନ୍ତି। ଉଭୟଙ୍କ ମଧ୍ୟରେ ବହୁ ବର୍ଷର ଘନିଷ୍ଠତା ରହିଥିଲା। ଉଭୟ ଗୋଟିଏ ଦଳରେ କାମ କରିବା ଆଇନଜୀବୀ ଓ ସଂଘର ବିଭିନ୍ନ ସମସ୍ୟା ସମାଧାନ ପାଇଁ ଉଦ୍ୟମ କରି ଆସୁଥିଲେ। ଉଭୟ ୨ଟି ପୃଥକ ରାଜନୈତିକ ଦଳରେ ସକ୍ରିୟ ରହିଥିଲେ। ଅଲଗା ହେବା ପରେ ଉଭୟଙ୍କ ମଧ୍ୟରେ ରାଜନୈତିକ ଓ ବ୍ୟବସାୟିକ ଶତ୍ରୁତା ବଢିଥିଲା ଓ ସେହି ଶତ୍ରୁତାକୁ କେନ୍ଦ୍ର କରି ପୀତବାସଙ୍କୁ ହତ୍ୟା ପାଇଁ ବିକ୍ରମ ଓ ପିଣ୍ଟୁ ଦାସ ନିର୍ଦେଶ ଦେଇଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……