Report Card Odisha

| Daily Odia News

ଶିମିଳିପାଳରୁ ୨୧ ଶିକାରୀ ଗିରଫ, ୧୬୫ ବନ୍ଧୁକ ଜବତ…..

ରିପୋର୍ଟ କାର୍ଡ / ମୟୁରଭଞ୍ଜ

ଶିମିଳିପାଳରୁ ୨୧ ଶିକାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଜବତ ହୋଇଛି ୧୬୫ ବନ୍ଧୁକ । ଏନେଇ ସୂଚନା ଦେଇ ମୟୂରଭଞ୍ଜ ଏସ୍ ପି ବି. ଗଙ୍ଗାଧର କହିଛନ୍ତି, ମୟୂରଭଞ୍ଜର ୧୪ଟି ଥାନା ଅଞ୍ଚଳରେ ସର୍ଚ୍ଚ ଅପରେସନ ପରେ ୧୬୫ ଦେଶୀ ବନ୍ଧୁକ ଓ ବନ୍ଧୁକ ତିଆରି ଯନ୍ତ୍ରାଂଶ ଜବତ କରଯାଇଛି । ଏଥିସହ ୫୦୦ ଗନ୍ ପାଉଡର, ବଜ୍ରକାପ୍ତା କାତି, ହରିଣ ଶିଙ୍ଗ ମଧ୍ୟ ଜବତ କରଯାଇଛି । ତେବେ ଏହି ଶିକାରୀମାନେ ଏତେ ପରିମାଣର ଅସ୍ତ୍ର କେଉଁଠୁ ଆଣିଲେ, କିଏ ଏହାକୁ ଯୋଗାଉଥିଲା ସେ ନେଇ ଖୋଳତାଡ ଚାଲିଛି।

Breaking News