ରିପୋର୍ଟ କାର୍ଡ / କଟକ
ଡିଭାଇଡରରେ ପିଟି ହୋଇ ରାସ୍ତା ଉପରେ ଓଲଟି ପଡ଼ିଛି ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୨୧ ଜଣ ଆହତ ହୋଇଛନ୍ତି। କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ନୂଆପାଟଣା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଆହତଯାତ୍ରୀଙ୍କୁ ଉଦ୍ଧାରକରି ଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତ ଯାତ୍ରୀ ଦେବଗଡ଼ ଅଞ୍ଚଳର। ଗତକାଲି ଲକ୍ଷ୍ମୀ ନାମକ ଯାତ୍ରୀବାହୀ ବସ୍ଟି ୪୦ ଜଣ ଯାତ୍ରୀଙ୍କୁ ନେଇ ଦେବଗଡ଼ରୁ ଭୁବନେଶ୍ୱର ଅଭିମୁଖେ ଆସୁଥଲା। ରାତି ପ୍ରାୟ ୩ଟା ସମୟରେ ବସଟି ଡିଭାଇଡରରେ ପିଟି ହୋଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୨୧ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଘନ କୁହୁଡି ଯୋଗୁ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବୋଲି କୁହାଯାଇଛି। ପୋଲିସ ଗାଡ଼ିକୁ ଜବତ ଘଟଣାର ତଦନ୍ତ କରୁଛି।






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….