Report Card Odisha

| Daily Odia News

ଶପଥ ନେଲେ ନବୀନଙ୍କ ନୂଆ ଟିମ୍, ୨୧ନୂଆ ମନ୍ତ୍ରୀ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଂଚମ ପାଳି ସରକାରରେ ପ୍ରଥମଥର ପାଇଁ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇଛି | ଆଜି ୨୧ଜଣ ନୂଆ ମନ୍ତ୍ରୀଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଷି ଲାଲ ଶପଥ ଗ୍ରହଣ କରାଇଛନ୍ତି | ଲୋକସେବା କନଭେସନ ହଲରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜନ ହୋଇଥିଲା  | ୧୩ଜଣ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି | ନୂଆ ମନ୍ତ୍ରିମଣ୍ଡଳରେ ୫ଜଣ ମହିଳାଙ୍କୁ ମନ୍ତ୍ରୀପଦ ମିଳିଛି | ୩ ଜଣଙ୍କୁ କ୍ୟାବିନେଟ୍ ଓ ୨ ଜଣ ଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି । ୮ ଜଣ ମନ୍ତ୍ରୀ ନିଜର ପଦ ପୁଣିଥରେ ଫେରି ପାଇଛନ୍ତି | ପ୍ରଥମଥର ପାଇଁ ୭ଜଣ ସମ୍ପୂର୍ଣ୍ଣ ନୂଆ ଚେହେରା ସାମିଲ ହୋଇଛନ୍ତି । ତେବେ କ୍ୟାବିନେଟ୍‌ ପାହ୍ୟା  କୁ ପଦୋନ୍ନତି ହୋଇଛନ୍ତି-

ନିରଞ୍ଜନ ପୂଜାରୀ-କ୍ୟାବିନେଟ ମନ୍ତ୍ରୀ (ଅର୍ଥ ଓ ସଂସଦୀୟ ବ୍ୟାପାର ବିଭାଗ )

ରଣେନ୍ଦ୍ର ପ୍ରତାପ ସ୍ୱାଇଁ-କ୍ୟାବିନେଟ ମନ୍ତ୍ରୀ (କୃଷି, ମତ୍ସ୍ୟ ଓ ପଶୁପାଳନ ବିଭାଗ )

ପ୍ରମିଳା ମଲ୍ଲିକ୍‌ -କ୍ୟାବିନେଟ ମନ୍ତ୍ରୀ (ମଲ୍ଲିକଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ )

ଉଷା ଦେବୀ- କ୍ୟାବିନେଟ ମନ୍ତ୍ରୀ (ଗୃହ ନିର୍ମାଣ ଓ ସହରାଞ୍ଚଳ ବିଭାଗ)

ପ୍ରଫୁଲ୍ଲ ମଲ୍ଲିକ୍‌- କ୍ୟାବିନେଟ ମନ୍ତ୍ରୀ (ଖଣି ଓ ଇସ୍ପାତ, ପୂର୍ତ୍ତ ବିଭାଗ )

ପ୍ରତାପ ଦେବ- କ୍ୟାବିନେଟ ମନ୍ତ୍ରୀ (ଶିଳ୍ପ, ଏମଏସଏମଇ ଓ ଶକ୍ତି ବିଭାଗ )

ଅତନୁ ସାବ୍ୟସାଚୀ ନାୟକ-କ୍ୟାବିନେଟ ମନ୍ତ୍ରୀ (ଯୋଗାଣ ଓ ସମବାୟ ବିଭାଗ )

ପ୍ରଦୀପ ଅମାତ-କ୍ୟାବିନେଟ ମନ୍ତ୍ରୀ ( ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ, ସୂଚନା ଓ ଲୋକ ସମ୍ପର୍କ ବିଭାଗ )

ନବକିଶୋର ଦାସ-କ୍ୟାବିନେଟ ମନ୍ତ୍ରୀ (ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ )

ଅଶୋକ ପଣ୍ଡା -କ୍ୟାବିନେଟ ମନ୍ତ୍ରୀ (ବିଜ୍ଞାନ ଓ କାରିଗରୀ, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ )

ଟୁକୁନି ସାହୁ -କ୍ୟାବିନେଟ ମନ୍ତ୍ରୀ ( ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ବିଭାଗ )

ରାଜେନ୍ଦ୍ର ଢୋଲକିଆ-କ୍ୟାବିନେଟ ମନ୍ତ୍ରୀ (ଯୋଜନା ଓ ସଂଯୋଜନା )

ଜଗନ୍ନାଥ ସାରକା -କ୍ୟାବିନେଟ ମନ୍ତ୍ରୀ (ଆଦିବାସୀ କଲ୍ୟାଣ ଓ ଆଇନ୍‌ ବିଭାଗ )

୮ ଜଣ ବିଧାୟକଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି । ସେମାନେ ହେଲେ-

ସମୀର ରଞ୍ଜନ ଦାଶ -ରାଷ୍ଟ୍ରମନ୍ତ୍ରୀ (ଗଣଶିକ୍ଷା ବିଭାଗ)

ଅଶ୍ୱିନୀ କୁମାର ପାତ୍ର -ରାଷ୍ଟ୍ରମନ୍ତ୍ରୀ (ପର୍ଯ୍ୟଟନ, ଓଡ଼ିଆ ଭାଷା ଓ ସଂସ୍କୃତି ଏବଂ ଅବକାରୀ ବିଭାଗ  )

ପ୍ରୀତି ରଞ୍ଜନ ଘଡ଼ାଇ-ରାଷ୍ଟ୍ରମନ୍ତ୍ରୀ (ଗ୍ରାମୀଣ ବିକାଶ, ଦକ୍ଷାତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ )

ଶ୍ରୀକାନ୍ତ ସାହୁ -ରାଷ୍ଟ୍ରମନ୍ତ୍ରୀ (ଶ୍ରମ ବିଭାଗ )

ତୁଷାରକାନ୍ତି ବେହେରା-ରାଷ୍ଟ୍ରମନ୍ତ୍ରୀ (କ୍ରୀଡ଼ା ଓ ଯୁବସେବା, ପ୍ରଯୁକ୍ତି ଓ ସୂଚନା ବିଭାଗ )

ରୋହିତ ପୂଜାରୀ -ରାଷ୍ଟ୍ରମନ୍ତ୍ରୀ (ଉଚ୍ଚଶିକ୍ଷା ବିଭାଗ )

ରୀତା ସାହୁ-ରାଷ୍ଟ୍ରମନ୍ତ୍ରୀ (ହସ୍ତତନ୍ତ, ବୟନଶିଳ୍ପ ବିଭାଗ  )

ବାସନ୍ତୀ ହେମ୍ୱ୍ରମ-ରାଷ୍ଟ୍ରମନ୍ତ୍ରୀ (ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗ )

ତେବେ ମନ୍ତ୍ରିମଣ୍ଡଳରେ ବିବାଦୀୟ ଚେହେରା ଥିବା ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁଙ୍କ ସମେତ ମୋଟ ୧୨ଜଣ ମନ୍ତ୍ରୀ ବାଦ ପଡିଛନ୍ତି  |

Breaking News