ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୨୧ ତାରିଖରୁ ରେଭେନ୍ଶା ବିଶ୍ୱବିଦ୍ୟାଳୟରେ ସ୍ନାତକ ପ୍ରଥମ ସେମିଷ୍ଟର ପରୀକ୍ଷା ଆରମ୍ଭ ହେବ। ଏ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରେଗୁଲାର ଏବଂ ବ୍ୟାକ୍ ଛାତ୍ରୀଛାତ୍ରମାନେ ଅନ୍ଲାଇନ୍ରେ ପରୀକ୍ଷା ଦେବେ। ୨୧ ଏବଂ ୨୩ ତାରିଖ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ବିଏ ବିଏଡ୍, ବିଏସ୍ସି ବିଏଡ ପାଠ୍ୟକ୍ରମର ଛାତ୍ରୀଛାତ୍ରମାନେ ପରୀକ୍ଷା ଦେବେ। ସେହିପରି କଳା, ବାଣିଜ୍ୟ, ବିଜ୍ଞାନ, ବିବିଏ, ଆଇଏସ୍ଟି, ଆଇଟିଏମ୍ ଏବଂ ଜେଏମ୍ସି ବିଭାଗର ବିଭିନ୍ନ ପରୀକ୍ଷା ଆସନ୍ତା ୨୫ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୫ ତାରିଖରେ ପରିବେଶ ବିଜ୍ଞାନ, ୨୭ରେ ଜେନେରିକ ଇଲେକ୍ଟିଭ-୧, ୨୯ରେ ସମ୍ମାନ ପ୍ରଥମପତ୍ର ଏବଂ ନଭେମ୍ବର ୧ରେ ସମ୍ମାନ ଦ୍ୱିତୀୟ ପତ୍ରରେ ପରୀକ୍ଷା ହେବ। ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କୁ ପରୀକ୍ଷାରେ ଅଧିକ ୨୦ ମିନିଟ୍ ସମୟ ମିଳିବ। ପରୀକ୍ଷା ପରିଚାଳନା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଛି। ଅନ୍ଲାଇନ୍ରେ ପରୀକ୍ଷା ଶେଷ ହେବାର ୧୫ ମିନିଟ୍ ମଧ୍ୟରେ ଛାତ୍ରଛାତ୍ରୀମାନେ ଉତ୍ତର ଖାତାକୁ ବିଭାଗ ପକ୍ଷରୁ ଜାରି କରାଯାଇଥିବା ମେଲ୍ କିମ୍ବା ହ୍ବାଟ୍ସଆପ୍ରେ ନମ୍ବରରେ ପାଠଇବେ। ସେହିପରି ପରୀକ୍ଷା ପରିଚାଳନା ପାଇଁ ଜଣେ ଲେଖାଏଁ ନିରୀକ୍ଷକଙ୍କୁ ନିୟୋଜିତ କରାଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇ






More Stories
ବଢ଼ିବନି ବିଧାୟକଙ୍କ ଦରମା !…..
ସୋମବାର ଯାଏଁ ବିଧାନସଭା ମୁଲତବୀ…..
ଆଉ ଖୋଲିବନି ନୂଆ ମଦ ଦୋକାନ…..