Report Card Odisha

| Daily Odia News

୨୧୪ ପାକ୍‌ ସୈନ୍ୟଙ୍କୁ ହତ୍ୟା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନରେ ଜାଫର ଏକ୍ସପ୍ରେସ ହାଇଜ୍ୟାକ୍‌ ଘଟଣାରେ ପଣବନ୍ଦୀ ଥିବା ୨୧୪ ଯାତ୍ରୀଙ୍କୁ ବାଲୋଚ ଲିବରେସନ ଆର୍ମି(ବିଏଲଏ) ହତ୍ୟା କରିଛି। ଏ ନେଇ ବିଏଲଏ ପକ୍ଷରୁ ଦାବି କରାଯାଇଛି। ବନ୍ଦୀ ଅଦଳ ବଦଳ କରିବାକୁ ପାକ୍ ସରକାର ରାଜି ନ ହେବାରୁ ପଣବନ୍ଦୀମାନଙ୍କୁ ହତ୍ୟା କରାଯାଇଥିବା ବିଏଲଏ କହିଛି। ଏଥିପାଇଁ ସଂଗଠନ ପକ୍ଷରୁ ୪୮ ଘଣ୍ଟାର ଚରମ ସମୟସୀମା ଦିଆଯାଇଥିଲା। କିନ୍ତୁ ପାକ୍ ସରକାର ଏହାକୁ ଅଣଦେଖା କରିବାରୁ ଏହି ଗଣହତ୍ୟା କରାଯାଇଥିବା ବିଏଲଏ କହିଛି। ଅନ୍ୟପଟେ ବିଏଲଏର ଏପରି ମନ୍ତବ୍ୟ ପରେ ପାକ୍‌ ସରକାରଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଟ୍ରେନ ହାଇଜ୍ୟାକ ଘଟଣାରେ କେବଳ ୨୬ ପଣବନ୍ଦୀଙ୍କୁ ବିଏଲଏ ହତ୍ୟା କରିଥିବା ଗତ ଶୁକ୍ରବାର ପାକ୍ ସରକାର ସ୍ପଷ୍ଟ କରିଥିଲେ। କିନ୍ତୁ ବିଏଲଏର ଏପରି ଦାବି ପରେ ପାକିସ୍ତାନ ସରକାର ବଦନାମ ହେବା ଭୟରେ ତଥ୍ୟ ଲୁଚାଉଥିବା କୁହାଯାଉଛି।

Breaking News