ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୌସୁମୀ ଆସି ଫେରିଲା,ଶରତ ଆସିଲା | ହେଲେ ଶରତ ଋତୁର ଶୀତଳ ପବନ ବଦଳରେ ବହୁଛି ଝାଞ୍ଜି | ତାପମାତ୍ରା ବୃଦ୍ଧି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଲାଣି। ଚଳିତ ବର୍ଷ ଅଗଷ୍ଟରେ ସର୍ବାଧିକ ଉତ୍ତାପ ଅନୁଭବ ଆଉ ଅକ୍ଟୋବରରେ ଯେଉଁପରି ଭାବେ ଗରମ ହେଉଛି ତାହା ଜଳବାୟୁ ପରିବର୍ତ୍ତନର ଏକ ବିପଦଜନକ ସଙ୍କେତ ନିଶ୍ଚୟ। ଏସବୁ ମଧ୍ୟରେ ବୈଜ୍ଞାନିକମାନେ ତାପମାତ୍ରା ବୃଦ୍ଧିକୁ ନେଇ ଗୋଟିଏ ଚିନ୍ତାଜନକ ରିପୋର୍ଟ ପ୍ରକାଶ କରିଛନ୍ତି। ରିପୋର୍ଟ ଅନୁସାରେ, ଆଗକୁ ଯଦି ବିଶ୍ୱ ତାପମାତ୍ରା ପୂର୍ବ-ଶିଳ୍ପ ସ୍ତର ଅପେକ୍ଷା ଆଉ ୨ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଏ, ତେବେ ଉତ୍ତର ଭାରତ ଓ ପୂର୍ବ ପାକିସ୍ତାନର ସିନ୍ଧୁ ନଦୀ ଉପତ୍ୟକାରେ ରହୁଥିବା ପ୍ରାୟ ୨୨୦ କୋଟି ଲୋକ ଉତ୍ତାପ ବୃଦ୍ଧିଜନିତ ଗଭୀର ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଏହି ତାପମାତ୍ରା ବୃଦ୍ଧି ମାନବ ସହନଶୀଳତାଠାରୁ ଖୁବ୍ ଅଧିକ ହେବ, ଯାହା ଫଳରେ ଲୋକଙ୍କଠାରେ ହାର୍ଟଷ୍ଟ୍ରୋକ୍ ଓ ହାର୍ଟ ଆଟାକ୍ ଭଳି ଗମ୍ଭୀର ରୋଗ ବିପଦ ଦେଖାଯାଇପାରେ।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……