ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ୫ ରେଳ ବାତିଲ ହେଉଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ରେଳ ଗୁଡିକ ହେଲା, ରେଳ ସଂଖ୍ୟା ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, ରେଳ ସଂଖ୍ୟା ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ, ରେଳ ସଂଖ୍ୟା ୦୮୪୬୧/୦୮୪୬୨ କଟକ-ପାରାଦ୍ବୀପ-କଟକ, ରେଳ ସଂଖ୍ୟା ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ, ରେଳ ସଂଖ୍ୟା ୦୮୪୩୧/୦୮୪୩୨ ପୁରୀ-କଟକ-ପୁରୀ ବିଶେଷ ରେଳ ରହିଛି । ଏଥିସହିତ ରେଳ ସଂଖ୍ୟା ୦୮୪୨୮/ ୦୮୪୨୭ ପୁରୀ-ଅନୁଗୋଳ-ପୁରୀ ବିଶେଷ ରେଳ ୨୨ ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ତାଳଚେର ଓ ଅନୁଗୋଳ ମଧ୍ୟରେ ବାତିଲ ରହିବାକୁ ଥିବାବେଳେ ତାଳଚେରରୁ ପୁରୀ ମଧ୍ୟରେ ଚଳାଚଳ କରିବ ।





More Stories
ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ…..
ଫାଇଲ୍ ରିସିଭ୍ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି…..
ଛାତ୍ର ସଂସଦ ନିର୍ବାଚନ:ଖର୍ଚ୍ଚରେ ଲାଗିଲା କଟକଣା…..