ରିପୋର୍ଟ କାର୍ଡ /ନୂଆଦିଲ୍ଲୀ
ଅହମ୍ମଦାବାଦରେ ଗୁରୁବାର ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୨୪୧ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଯଦିଓ ସରକାରୀ ସ୍ତରରେ ମୃତାହତଙ୍କ ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇ ନାହିଁ, ତେବେ ଦୁର୍ଘଟଣାର ଭୟାବହତା ଏବଂ ପାରିପାର୍ଶ୍ବିକ ସ୍ଥିତିରୁ କୌଣସି ଯାତ୍ରୀ ବର୍ତ୍ତିଯାଇଥିବା ଆକଳନ କରାଯାଇପାରୁ ନାହିଁ। ଅନ୍ୟପଟେ ଦୁର୍ଘଟଣାରେ କେହି ବଞ୍ଚିଥିବା ଆଶା ନାହିଁ ବୋଲି ଅହମ୍ମଦାବାଦ ପୋଲିସ କମିଶନର କହିଛନ୍ତି। ଏଥିରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କର ମଧ୍ୟ ମୃତ୍ୟୁ ଘଟିଛି।ତେବେ ବିମାନ ଦୁର୍ଘଟଣାର ସମ୍ମୁଖୀନ ହେବା ପୂର୍ବରୁ ଜଣେ ଯାତ୍ରୀ କେବଳ ଜରୁରିକାଳୀନ ଦ୍ଵାର ଦେଇ ବିମାନରୁ ଡେଇଁପଡ଼ିବାରେ ସକ୍ଷମ ହୋଇଥିଲେ। ଏକମାତ୍ର ବ୍ୟକ୍ତି ଭାବେ ଏହି ଯାତ୍ରୀଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଦୁର୍ଘଟଣା ପରେ ଯାତ୍ରୀ ଜଣକ ଖଣ୍ଡିଆଖାବରା ହୋଇ ଚାଲି ଚାଲି ବାହାରକୁ ଆସିଥିବା ଦେଖିବାକୁ ମିଳିଥିଲା। ତାଙ୍କ ନାମ ବିଶ୍ଵାସ କୁମାର ଏବଂ ବୟସ ୩୮ ବର୍ଷ। ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..