ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟରେ ଆହୁରି ୨୫ଟି ନୂଆ ଅବକାରୀ ଥାନା ଖୋଲିବ | ଏନେଇ ଆଜି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାର ୧୬ଟି ସ୍ଥାନରେ ଖୋଲିବ ଏହି ଅବକାରୀ ଥାନା ଖୋଲାଯିବ। ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଅବକାରୀ ଅଧୀକ୍ଷକଙ୍କୁ ଚିଠି ଲେଖାଯାଇଛି। ଏଥିମଧ୍ୟରୁ କେବଳ ଗଞ୍ଜାମରେ ୬ଟି ନୂଆ ଅବକାରୀ ଥାନା ଖୋଲିବ। ଗଞ୍ଜାମରେ ୩, ବ୍ରହ୍ମପୁରରେ ୩ଟି ନୂଆ ଅବକାରୀ ଥାନା ପ୍ରତିଷ୍ଠା ହେବ। ଚିକିଟି ମଦ ମୃତ୍ୟୁ ପରେ ଗଞ୍ଜାମ ଜିଲ୍ଲାରେ ୬ଟି ଅବକାରୀ ଥାନା ପ୍ରତିଷ୍ଠା ନେଇ ନିଷ୍ପତ୍ତି ହୋଇଛି। ସେପ୍ଟେମ୍ବର ୪ ତାରିଖରେ ଅବକାରୀ ଥାନା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ କହିଛନ୍ତି।






More Stories
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……
ବିଦେଶୀ ପ୍ରତିନିଧିଙ୍କ ଠାରୁ ବିରୋଧୀ ଦଳଙ୍କୁ ଦୂରେଇ ରଖାଯାଉଛି,ପୁରୁଣା ପରମ୍ପରା ଭାଙ୍ଗିଦେଉଛନ୍ତି……