Report Card Odisha

| Daily Odia News

ଖାଇକୁ ବସ୍‌‌ ଖସି ୨୭ ମୃତ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମେକ୍ସିକୋରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ଖବର ମିଳିଛି। ଖାଇକୁ ବସ୍‌‌ ଖସି ଏହି ଦୁର୍ଘଟଣାରେ ପ୍ରାୟ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାର ମେକ୍ସିକୋର ଦକ୍ଷିଣ ପ୍ରାନ୍ତ ଓକ୍ସାକାରେ ଘଟିଛି। ଓକ୍ସାକାର ରାଜ୍ୟପାଳ ଏନେଇ ଟ୍ୱିଟ ଯୋଗେ ଗଭୀର ଦୁଃଖ ପ୍ରକାଶ କରିବା ସହ ସୂଚନା ଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ, ଯାତ୍ରୀ ଭର୍ତ୍ତି ଥିବା ଏହି ବସ୍‌‌ ବୁଧବାର ମେକ୍ସିକୋ ସିଟି ୟୋସୋନଦୁଆ ଯାଉଥିଲା। ଏହି ସମୟରେ ବସ୍ ମାଗଡାଲେନା ପେନାସ୍କୋ ସହରରେ ପ୍ରାୟ ୬.୩୦ ସମୟରେ ଖାଇକୁ ଖସିପଡିଥିଲା। ଖାଇଟି ୧୦ ଫୁଟ ଗଭୀର ଥିଲା। ଏହି ଦୁର୍ଘଟଣା ସମ୍ପର୍କରେ ଓକ୍ସାକା ରାଜ୍ୟପାଳ ଟ୍ୱିଟ୍ କରିଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ବାସିନ୍ଦା ଏବଂ ମ୍ୟୁନିସିପାଲିଟି କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଅଧିକାରୀ କହିଛନ୍ତି, ମୃତକଙ୍କ ମଧ୍ୟରେ ଏକ ବର୍ଷର ଶିଶୁ, ୧୩ ମହିଳା ଏବଂ ୧୩ ପୁରୁଷ ଅଛନ୍ତି। ଏହି ଦୁର୍ଘଟଣାରେ ରାଜ୍ୟପାଳ ଗଭୀର ଦୁଃଖ ପ୍ରକାଶ କରିବା ସହ ବିଭିନ୍ନ ଏଜେନ୍ସିମାନଙ୍କୁ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କ ସହାୟତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ, ସ୍ୱାସ୍ଥ୍ୟ, ଜନ ନିରାପତ୍ତା, କଲ୍ୟାଣ ତଥା ଅନ୍ୟାନ୍ୟ ବିଭାଗର ସଚିବମାନଙ୍କୁ ସେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ବୋଲି ରାଜ୍ୟପାଳ ଟ୍ୱିଟ୍ କରିଛନ୍ତି।

Breaking News