Report Card Odisha

| Daily Odia News

କେନ୍ଦ୍ର ସରକାର ବ୍ୟବସ୍ଥା ନକଲେ ବି, ୨୭ ପ୍ରତିଶତ ସଂରକ୍ଷଣ ଦେଇ ବିଜେଡି ନିର୍ବାଚନ ଲଢିବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଲେଣି । ନିର୍ବାଚନରେ ସଂରକ୍ଷଣ ନେଇ ବିଧାନସଭାରେ ଆସିବ ଆମେଣ୍ଡମେଣ୍ଟ । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏଥର ନିର୍ବାଚନରେ ପଚାଶ ପ୍ରତିଶତ ସଂରକ୍ଷଣ ରହିବ । ଓବିସି ସଂରକ୍ଷଣକୁ ନେଇ କେନ୍ଦ୍ର ନିକଟରେ ବିଜେଡି ଦାବି କରିଥିଲା ।ବାରମ୍ବାର ଦାବି ସତ୍ତ୍ୱେ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଉନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପଛୁଆବର୍ଗଙ୍କ ସଂରକ୍ଷଣ ନେଇ ସଂସଦରେ କୌଣସି ପଦକ୍ଷେପ ନିଆଯାଉନି। ଜାତିଭିତ୍ତିକ ଜନଗଣନା ନେଇ କେନ୍ଦ୍ର କିଛି ନିଷ୍ପତ୍ତି ନେଉନି । କେନ୍ଦ୍ର ସରକାର କୌଣସି ବ୍ୟବସ୍ଥା ନକଲେ ବି ଦଳୀୟ ଭିତ୍ତିରେ ୨୭ ପ୍ରତିଶତ ସଂରକ୍ଷଣ ଦେଇ ବିଜେଡି ନିର୍ବାଚନ ଲଢିବ । ଏଥିପାଇଁ ଯାହା ବ୍ୟବସ୍ଥା ଦରକାର ତାହା ବିଧାନସଭା ରେ କରାଯିବ।ଏଥର ନିର୍ବାଚନରେ ପଞ୍ଚାୟତ ପୁନର୍ଗଠନ ହେବନାହିଁ ବୋଲି ପଞ୍ଚାୟତରାଜ ମନ୍ତ୍ରୀ କହିଛନ୍ତି ।

Breaking News