Report Card Odisha

| Daily Odia News

୨୮ରେ ପ୍ରକାଶ ପାଇବ ଅଫ୍‌ଲାଇନ୍ ମାଟ୍ରିକ୍ ପରୀକ୍ଷା ଫଳ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଅଗଷ୍ଟ ୨୮ତାରିଖ ମଧ୍ୟରେ ପ୍ରକାଶ ପାଇବ ଅଫ୍‌ଲାଇନ୍ ମାଟ୍ରିକ୍ ପରୀକ୍ଷା ଫଳ। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଜୋରଦାର ଉଦ୍ୟମ ଚଳାଇଛି। ଏହା ମଧ୍ୟରେ ଉଭୟ ସବ୍‌ଜେକ୍ଟିଭ୍ ଓ ଅବ୍‌ଜେକ୍ଟିଭ୍(ଓଏମ୍‌ଆର୍‌) ଉତ୍ତରଫର୍ଦ୍ଦର ମୂଲ୍ୟାୟନ ସଂପୂର୍ଣ୍ଣ ହୋଇଥିବାବେଳେ ‌ଏବେ ମାର୍କ ପ୍ରକ୍ରିୟାକରଣ ଚାଲିଛି। ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଗ୍ରେଡ୍‌ ସ୍ଥିର ହୋଇଥିବା ବେଳେ ଏ-୧ ଓ ଏ-୨ ଗ୍ରେଡ୍‌ ପାଇଥିବା ପିଲାଙ୍କ ମାର୍କକୁ ପୁଣିଥରେ ଯାଞ୍ଚ କରାଯାଉଛି। ଆସନ୍ତା ୨୨ ତାରିଖ ମଧ୍ୟରେ ଏ-୧ ପାଇଥିବା ପିଲାଙ୍କ ତାଲିକା ଚୂଡାନ୍ତ ହୋଇଯିବ ଓ ଆସନ୍ତା ୨୮ତାରିଖ ମଧ୍ୟରେ ଫଳ ପ୍ରକାଶ କରାଯିବ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ- ଅଫ୍‌ଲାଇନ୍ ମାଟ୍ରିକ୍ ପରୀକ୍ଷା ପାଇଁ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ଓ ମଧ୍ୟମାରେ ୧୫ ହଜାର ୧୫୧ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ପରୀକ୍ଷାର ବିଭିନ୍ନ ବିଷୟରେ ପାଖାପାଖି ୩ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ବେଳେ ୧୨ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।

Breaking News