ରିପୋର୍ଟ କାର୍ଡ / ନୂଆଦିଲ୍ଲୀ/ସମ୍ବଲପୁର
ସମ୍ବଲପୁର କୋର୍ଟରେ ଓକିଲଙ୍କ ଧସ୍ତାଧସ୍ତି ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ୨୯ ଜଣ ଓକିଲଙ୍କ ଲାଇସେନ୍ସ କୁ ୧୮ ମାସ ପାଇଁ ସସ୍ପେଣ୍ଡ କରିଛି ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ । ଏନେଇ ପ୍ରେସ୍ ଇସ୍ତାହାରରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ୨୯ ଜଣ ଓକିଲଙ୍କୁ ସସ୍ପେଣ୍ଡ ଲାଗି ପ୍ରେସ୍ ଇସ୍ତାହାରରେ ସୂଚନା ଦିଆଯାଇଛି। ସୂଚନା ଅନୁସାରେ-ଆନ୍ଦୋଳନକାରୀ ଓକିଲଙ୍କ ପ୍ରତି ସୁପ୍ରିମ୍କୋର୍ଟଙ୍କ କଡା ଆଭିମୁଖ୍ୟ ସତ୍ତ୍ୱେ ଆନ୍ଦୋଳନକୁ ନେଇ ଅପ୍ରୀତିକର ସ୍ଥିତି ଏଡ଼ାଇ ଦିଆଯାଇପାରୁନି। ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନାକରି ସୋମବାର ପୁଣି ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଥିଲେ ଆଇନଜୀବୀ। ଏପରିକି ସମ୍ବଲପୁରରେ ଆନ୍ଦୋଳନ ଏମିତି ଉଗ୍ର ରୂପ ନେଇଥିଲା ଯେ ଆନ୍ଦୋଳନକାରୀ ବିଚାରପତିଙ୍କ ଚାମ୍ବରରେ ପଶି ଭଙ୍ଗାରୁଜା କରିଥିଲେ |
।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..