ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନଭେମ୍ବର ଶେଷ ସପ୍ତାହରୁ ସଂସଦର ଶୀତ ଅଧିବେଶନ ଚାଲିବା ନେଇ ସ୍ଥିର ହୋଇଛି। ସଂସଦୀୟ ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ସମ୍ଭବତଃ ନଭେମ୍ବର ୨୯ରୁ ଡିସେମ୍ବର ୨୩ ପର୍ଯ୍ୟନ୍ତ ସଂସଦର ଶୀତ ଅଧିବେଶନ ଚାଲିବ। ଏହି ସମୟ ମଧ୍ୟରେ ୨୦ଟି କାର୍ଯ୍ୟଦିବସ ରହିବ । ତେବେ ଏ ସମ୍ପର୍କରେ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇ ନାହିଁ। କରୋନା କଟକଣା ମଧ୍ୟରେ ଏହି ଅଧିବେଶନ ଚାଲିବ। କରୋନା ମହାମାରୀ ପାଇଁ ଗତବର୍ଷ ସଂସଦର ଶୀତ ଅଧିବେଶନ ହୋଇ ନଥିଲା । ସେହିପରି ପରବର୍ତ୍ତୀ ବଜେଟ ଓ ମୌସୁମୀ ଅଧିବେଶନକୁ କାଟଛାଟ କରାଯାଇଥିଲା।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..