ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବୈଠକ ସାରି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ରାସ୍ତାଘାଟର ଭିଡିଓ କରୁଥିବା ବେଳେ ଇକ୍ବାଡର୍ର ଜଣେ ୨୯ ବର୍ଷୀୟା ମହିଳା କାଉନ୍ସିଲର୍ଙ୍କୁ ଦୁଇ ଦୁର୍ବୃତ୍ତ ଗୁଳିମାରି ହତ୍ୟା କରିଛନ୍ତି । ମିଳିଥିବା ଖବର ଅନୁସାରେ , ବୁଧବାର ଅପରାହ୍ଣରେ ଗୁୟୟାସ ଅନ୍ତର୍ଗତ ନାରାଞ୍ଜଲ୍ ସହରରେ କାଉନ୍ସିଲ୍ ବୈଠକ ଶେଷ କରି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ରାସ୍ତାଘାଟର ଭିଡିଓ ଉତ୍ତୋଳନ କରିଥିଲେ। ପୋଲିସ କହିଛି, ସେତିକି ବେଳେ ଦୁଇଜଣ ପୁରୁଷ ସନ୍ଦିଗ୍ଧ ବାଇକ୍ ଆରୋହଣ କରି ସେଠାରେ ପହଞ୍ଚି ଡାଏନାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି ଚଳାଇ ଘଟଣାସ୍ଥଳରୁ ଖସି ପଳାଇଗଲେ। ପ୍ରତ୍ୟକ୍ଷଦର୍ଶୀମାନେ ଡାଏନାଙ୍କ ନିକଟକୁ ଧାଇଁ ଯାଇ ତୁରନ୍ତ ତାଙ୍କୁ ନାରାଞ୍ଜଲ୍ ବେସିକ୍ ହସ୍ପିଟାଲ୍କୁ ନେଇଥିଲେ। ସେ ମୃତା ବୋଲି ଡାକ୍ତରମାନେ ଘୋଷଣା କଲେ। ଇକ୍ବାଡର୍ର ଆଟର୍ଣ୍ଣି ଅଫିସ୍ କହିଛି ଯେ, ଘଟଣାର ତଦନ୍ତ ଚାଲିଛି। ଗୁରୁବାର ଅପରାହ୍ଣ ସୁଦ୍ଧା କାହାକୁ ଗିରଫ କରାଯାଇ ନାହିଁ।‘ଏକ୍ସ୍’ କରି ଇକ୍ବାଡର୍ର ପୂର୍ବତନ ରାଷ୍ଟ୍ରପତି ରାଫେଲ୍ କୋରିଆ ଜହିଛନ୍ତି, ଡାଏନାଙ୍କୁ ୨୯ ବର୍ଷ ହୋଇଥିଲା। ବଡ଼ ବ୍ୟଥାଦାୟକ ଅନୁଭୂତି। ଆପଣମାନଙ୍କର ସେ ବୟସର ସନ୍ତାନସନ୍ତତି ଥିଲେ ବାପାମାଆ କି ଭଳି କଷ୍ଟ ପାଉଥିବେ ତାହା ହୃଦୟଙ୍ଗମ କରିପାରିବେ। ଆତତାୟୀମାନେ ନାରାଞ୍ଜଲ୍ ଓ ହୋମ୍ଲାଣ୍ଡ୍ର ଉଜ୍ଜ୍ବଳ ଭବିଷ୍ୟତର ପରମାୟୁ ହ୍ରାସ କରିଦେଲେ। କି ଲଜ୍ଜାକର କଥା।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..