Report Card Odisha

| Daily Odia News

କାଉଡିଆଙ୍କ ଉପରେ ମାଡ଼ିଗଲା କାର୍‌,୨ ମୃତ,୧୧ ଆହତ…..

ରିପୋର୍ଟ କାର୍ଡ / ଗଞ୍ଜାମ

କାଉଡିଆଙ୍କ ଉପରେ ମାଡ଼ିଗଲା କାର୍‌। ଦୁର୍ଘଟଣାରେ ୨ଜଣ କାଉଡିଆଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ଅର୍ନ୍ତଗତ ଭେଟନଇ ଏବଂ ଭେଜିପୁଟ ମଝି ରାସ୍ତାରେ। ମୃତକ ହେଲେ ଅରଖପୁର ଗାଁର ମୁକୁନା ବେହେରା ଓ ଅନିତା କୁମାରୀ ଜେନା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ- ଗତକାଲି ବିଳମ୍ବିତ ରାତିରେ ୧୭ ଜଣିଆ କାଉଡିଆ ଦଳ ଅରଖପୁର ଗାଁରେ ଥିବା ତାଡ଼କେଶ୍ୱର ମନ୍ଦିରକୁ ପାଣିଭାର ନେଇ ଯାଉଥିଲେ। ଏହି ସମୟରେ ଏକ କାର୍‌ ଦ୍ରୁତ ଗତିରେ ଆସି କାଉଡିଆଙ୍କ ଉପରେ ମାଡ଼ି ଯାଇଥିଲା। ପରେ କାର୍‌ଟି ବିଲ ଭିତରକୁ ପଶି ଯାଇଥିଲା। ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି। ଆହତମାନେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଦୁର୍ଘଟଣାପରେ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା। ପୋଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Breaking News