Report Card Odisha

| Daily Odia News

ଆଜିଠାରୁ ଜୟପୁରକୁ ଉଡ଼ିବ ଦ୍ୱିତୀୟ ବିମାନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିଠାରୁ ଭୁବନେଶ୍ୱରରୁ କୋରାପୁଟ ଜୟପୁର କୁ ଉଡ଼ିବ ଦ୍ୱିତୀୟ ବିମାନ। ସପ୍ତାହକୁ ଦୁଇ ଦିନ ସୋମବାର ଓ ଶୁକ୍ରବାର ଇଣ୍ଡିଆ ୱାନ୍ ପକ୍ଷରୁ ବିମାନ ଚଳାଚଳ କରିବ। ବିମାନଟି ଭୁବନେଶ୍ୱରରୁ ସକାଳ ୭ଟାରେ ଛାଡ଼ିବା ପରେ ଜୟପୁରରେ ୮ଟା ୪୫ ମିନିଟରେ ପହଞ୍ଚିବ। ୯ ଘଣ୍ଟା ପରେ ଜୟପୁରରୁ ବାହାରି ଭୁବନେଶ୍ୱର ଆସିବ। ଏହି ବିମାନ ସେବା ଦ୍ୱାରା କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି କୁହାଯାଇଛି। ବଡ଼ ବିମାନ ଅବତରଣ ପାଇଁ ୨୫୦ କୋଟି ଟଙ୍କା ବଜେଟରେ ଏୟାରପୋର୍ଟ ନିର୍ମାଣ ଚାଲିଥିବା କହିଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି।
ସୂଚନାଯୋଗ୍ୟ, ଗତବର୍ଷ ଆକ୍ଟୋବର ୩୧ ତାରିଖରେ କୋରାପୁଟ ଜିଲ୍ଲା ଜୟପୁରକୁ ପ୍ରଥମ ବିମାନ ସେବା ଆରମ୍ଭ ହୋଇଥିଲା।

Breaking News