ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠାରୁ ସଂସଦର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ କାଳରେ ସରକାର ଅର୍ଥ ବିଲ୍ ଗୃହୀତ କରାଇବେ। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲା କହିଛନ୍ତି ଯେ ଅର୍ଥ ବିଧେୟକ ଗୃହୀତ ସହିତ ରେଳବାଇ, ପଞ୍ଚାୟତିରାଜ, ପର୍ଯ୍ୟଟନ, ସଂସ୍କୃତି ଓ ସ୍ବାସ୍ଥ୍ୟ ବିଭାଗକୁ ଅନୁଦାନ ଦାବି ଉପରେ ଆଲୋଚନା କରାଯିବ। ଅନ୍ୟପଟେ ବିରୋଧୀ ରାଜନୈତିକ ଦଳଗୁଡିକ କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ ପ୍ରସଙ୍ଗ ଉପସ୍ଥାପନ କରିବାକୁ ଯୋଜନା କରିଛନ୍ତି। ଜାନୁଆରୀ ୩୧ରୁ ପ୍ରଥମ ବଜେଟ୍ ଅଧିବେଶନ ଆରମ୍ଭ ହୋଇ ଫେବୃଆରୀ ୧୩ରେ ଶେଷ ହୋଇଥିଲା। ଫେବୃଆରୀ ୧ରେ ସଂସଦରେ ୨୦୨୩-୨୪ବର୍ଷର ବଜେଟ୍ ଉପସ୍ଥାପନ ହୋଇଥିଲା।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..