ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠୁ ବିଧାନସଭାର ୨ୟ ପର୍ଯ୍ୟାୟ ଅଧିବେଶନ ଅନୁଷ୍ଠିତ ହେବ। ଏହା ସେପ୍ଟେମ୍ବର ୧୩ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟଦିବସ ରହିଛି। ଆଜି ଅଧିବେଶନର ପ୍ରଥମ ଦିନରେ ବିଭାଗୀୟ ସ୍ଥାୟୀ କମିଟିଗୁଡ଼ିକର ରିପୋର୍ଟ ଗୃହରେ ଉପସ୍ଥାପନ ହେବାର କାର୍ଯ୍ୟସୂଚୀ ରହିଛି। ୨୧ରେ ବଜେଟରେ ଅନୁଦାନ ନିମନ୍ତେ ଖର୍ଚ୍ଚ ଦାବି ଉପସ୍ଥାପନ ହେବ ବୋଲି ସ୍ବତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀଙ୍କ ସୂତ୍ରରୁ ସୂଚନା ଦିଆଯାଇଛି। ଚଳିତ ଅଧିବେଶନରେ ଶାସକ ବିଜେପିକୁ ଘେରିବାକୁ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛନ୍ତି। ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ବିଜେପି ନେତାଙ୍କୁ ଆମନ୍ତ୍ରଣ କରିବା ଓ ଅତ୍ୟାବଶ୍ୟକ ମୂଲ୍ୟ ବୃଦ୍ଧିକୁ ବିଜେଡି ପ୍ରସଙ୍ଗ କରିବାକୁ ଯୋଜନା କରିଥିବାବେଳେ କଂଗ୍ରେସ ସୁଭଦ୍ରା ଯୋଜନାକୁ ପ୍ରସଙ୍ଗ କରିବାର ସମ୍ଭାବନା ରହିଥିବା ଜଣାପଡିଛି।






More Stories
୧୩ରେ ରାଜ୍ୟ କ୍ୟାବିନେଟ୍……
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..