ରିପୋର୍ଟ କାର୍ଡ / ଭୁବନେଶ୍ୱର
ବହୁ ଚର୍ଚ୍ଚିତ ମନିଷ ଅନୁରାଗ ଦାସଙ୍କ ମୃତ୍ୟୁ ମାମଲାରେ ତଥ୍ୟ ପ୍ରମାଣ ଯୋଗାଡ଼ କରିବାରେ ଲାଗିପଡ଼ିଛି ପୋଲିସ । ଜେରା ବେଳେ ଅଭିଯୁକ୍ତଙ୍କ ମୁହଁରୁ ସତ ଖୁଲୁଛି ପୋଲିସ । ଆଜି ପୋଲିସ ୩ ଜଣଙ୍କର ଲାଏ ଡିଟେକସନ୍ ଟେଷ୍ଟ କରାଉଛି । ଏଥିପାଇଁ ଭୁବନେଶ୍ୱର ଷ୍ଟେଟ ଫୋରେନସିକ୍ ଲାବରେ ପହଞ୍ଚିଛନ୍ତି ଅମ୍ରିତ ବିଶ୍ୱାଳ, ମୃତ୍ୟୁଞ୍ଜୟ ମିଶ୍ର ଓ ଦୀନେଶ ମହାପାତ୍ର । ପୂର୍ବରୁ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ମାରାଥନ୍ ଜେରା ହୋଇଥିଲା । ପଚରାଉଚରା ବେଳେ ସେମାନେ କେତେ ସତ କହିଛନ୍ତି ? କଣ ମିଛ କହିଛନ୍ତି ? ମର୍ଡର ମିଷ୍ଟ୍ରିର ଅଧିକ ରହସ୍ୟ ଜାଣିବା ପାଇଁ ପୋଲିସ ୩ଙ୍କର ଲାଏ ଡିଟେକସନ୍ ଟେଷ୍ଟ କରାଉଛି । ଅନୁମତି ପାଇଁ ହାଇକୋର୍ଟରେ ଆବେଦନ କରିଥିଲା ଇନଫୋସିଟି ଥାନା ପୋଲିସ । ବାରରେ ବିଲ୍ ଦେବାକୁ ନେଇ ଗଣ୍ଡଗୋଳରୁ ଆକ୍ରମଣରେ ମନିଷ ଅନୁରାଗଙ୍କ ମୃତ୍ୟୁ ହୋଇଥିବା କମିଶନରେଟ ପୋଲିସ କହିଥିଲା । ତେବେ ଏହି କାରଣରୁ ହତ୍ୟା ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି ସେଦିଗରେ ଅଧିକ ଖୋଳତାଡ କରୁଛି ପୋଲିସ । ସେମାନେ ଜେରା ବେଳେ ଦେଇଥିବା ବୟାନର ତାଳମେଳ ପରଖିବା ପାଇଁ ଏବେ ଅଭିଯୁକ୍ତଙ୍କର ଲାଏ ଡିଟେକସନ୍ ଟେଷ୍ଟ କରାଉଛି କମିଶନରେଟ ପୋଲିସ ।






More Stories
ଝିଅ ଜନ୍ମ ହେଲେ ସରକାର ଦେବେ ଟଙ୍କା…..
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..