ରିପୋର୍ଟ କାର୍ଡ / ନୂଆଗାଁ
ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡା ଗ୍ରାମର ନାବାଳିକା ମୃତ୍ୟୁ ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି | ଏହି ଘଟଣାରେ ବ୍ୟବହୃତ ହୋଇଥିବା କାରକୁ ମଧ୍ୟ ଜବତ କରିଛି। ହେଲେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ନାବାଳିକାର ବାପା ଫେରାର ଥିବା ଜଣାପଡିଛି। ସୂଚନା ମୁତାବକ, ସୋରଡା ଗ୍ରାମର ବିପ୍ର ନାୟକଙ୍କ ଝିଅ ତୁଳସୀ ନାୟକ ୩ ଦିନ ତଳେ ଘରେ ନଥିବା ନେଇ ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ଘଟଣା ବିଷୟରେ ବୁଝିବା ପାଇଁ ୨ ଜଣଙ୍କୁ ଥାନାକୁ ଡକାଇ ପଚରାଉଚରା କରିଥିଲା। ପଚରାଉଚରା ସମୟରେ ନାବାଳିକାଙ୍କର ମୃତ୍ୟୁ ହୋଇଥିବା ନେଇ ପୋଲିସ ସେମାନଙ୍କ ଠାରୁ ଜାଣିବାକୁ ପାଇଥିଲା। ମୃତ୍ୟୁ ପରେ ଶବଦାହ ନକରି ନାବାଳିକାର ଶବ କେଉଁଆଡେ ଗଲା ବୋଲି ପୋଲିସ ପଚାରିଥିଲେ | ଶବକୁ ନେଇ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତଳଦଣ୍ତିକିଆ ପଂଚାୟତର ଜାକେ ଛକ ଠାରୁ ୨ କିଲୋମିଟର ଦୂର କାରାଡା ଜଙ୍ଗଲରେ ପୋତିଥିବା ନେଇ ଅଟକ ଥିବା ବ୍ୟକ୍ତି ସ୍ବୀକାର କରିଥିଲେ। ଯାହାକୁ ନେଇ ପୋଲିସ ତଦନ୍ତ ଆଗେଇଥିଲା। ପରେ କାରାଡା ଜଙ୍ଗଲରେ ପହଂଚି ସେଠାରୁ ଶବକୁ ଉଦ୍ଧାର କରିବା ସହ ନାବାଳିକାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ଦେଖିବାକୁ ମିଳିଥିଲା। ଯାହାଫଳରେ ପୋଲିସର ପ୍ରାଥମିକ ତଦନ୍ତରୁ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରିଥିଲା। ନାବାଳିକାର ମୃତ୍ୟ ପରେ ପ୍ରମାଣ ନଷ୍ଟ କରିବା ପାଇଁ ନାବାଳିକାର ବାପା ବିପ୍ର ନାୟକ ପୁତୁରା ବିକାଶ କୁମାର ନାୟକ, ଚିନ୍ମୟ ନାୟକ ଓ ଝିଅର ପିଉସା ପତିତପାବନ ପ୍ରଧାନର ସହଯୋଗରେ ମୃତ ଶରୀରକୁ କାରରେ କାରାଡା ଜଙ୍ଗଲରେ ପହଂଚିଥିଲେ। ଏହି ଘଟଣାରେ ବିକାଶ କୁମାର ନାୟକ, ଚିନ୍ମୟ ନାୟକ, ପତିତପାବନ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଝିଅର ବାପା ବିପ୍ର ନାୟକ ଫେରାର ରହିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ସହ ନାବାଳିକାର ବାପା ଗିରଫ ହେବା ପରେ ଯାଇ ସମସ୍ତ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି |






More Stories
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..
୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..