ରିପୋର୍ଟ କାର୍ଡ / ବାଲେଶ୍ୱର
ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଜେଲ ପଠାଇ ଦେଇଛି । ୯ ଦିନ ରିମାଣ୍ଡରେ ନେଇ ସିବିଆଇ ଜେରା କରିବା ପରେ ୩ ଜଣଙ୍କୁ ଝାରପଡା ଜେଲ ପଠାଇଛି | ଦ୍ୱିତୀୟ ପର୍ଯ୍ୟାୟରେ ଏହି ଅଭିଯୁକ୍ତମାନଙ୍କୁ ୪ ଦିନ ପାଇଁ ରିମାଣ୍ଡରେ ନେଇଥିବା ବେଳେ ଆଜି ଏହାର ଅବଧି ଶେଷ ହୋଇଛି । ତେବେ ତୃତୀୟ ଥର ପାଇଁ ରିମାଣ୍ଡରେ ନେବାକୁ ଇଚ୍ଛା ପ୍ରକାଶ କରି ନଥିଲା ସିବିଆଇ । ଦୁଇଟି ପର୍ଯ୍ୟାୟରେ ଜେରା କରିବା ପରେ ଆଜି ସିବିଆଇର ଟିମ୍ ସେମାନଙ୍କୁ ଜେଲକୁ ପଠାଇଛି । ତେବେ ଆସନ୍ତା ଜୁଲାଇ ୨୭ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..