Report Card Odisha

| Daily Odia News

୩ ବଗି ଧାରଣାଚ୍ୟୁତ, ୫୩ ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରାଷ୍ଟ୍ରର ଗୋନ୍ଦିୟା ସହରରେ ‘ସିଗ୍‌ନାଲ୍‌’ ନ ପାଇବାରୁ ‘ଭଗତ୍‌ କି କୋଠି’ ନାମରେ ଗୋଟାଏ ପାସେଞ୍ଜର୍‌ ଟ୍ରେନ୍‌ ମାଲ୍‌ଗାଡ଼ି ସହ ଧକ୍କା ହୋଇ ୩ଟି ବଗି ଧାରଣାଚ୍ୟୁତ ହୋଇଛି | ଦୁର୍ଘଟଣାରେ ପ୍ରାୟ ୫୩ଜଣ ଯାତ୍ରୀ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସରେ- ଗତ ରାତି ପ୍ରାୟ ୨.୩୦ରେ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ଯାତ୍ରୀବାହୀ ଟ୍ରେନ୍‌ର ‘ଏସ୍‌୩’ ବଗି ସବୁ ଧାରଣାରୁ ହଟି ଯାଇଥିଲା । ଉକ୍ତ ପାସେଞ୍ଜର୍‌ ‌ଟ୍ରେନ୍‌ଟି ରାୟପୁରର ବିଳାସପୁରରୁ ନାଗପୁର ଅଭିମୁଖେ ଯାତ୍ରା କରୁଥିଲା । ରେଳବାଇ ସୂଚନା ଅନୁସାରେ, ଏକା ଧାରଣାରେ ଦୁଇଟି ଟ୍ରେନ୍‌ ଚାଲି ଆସିବାରୁ ଦୁର୍ଘଟଣା ଘଟିଛି। ‘ଗ୍ରିନ୍‌ ସିଗ୍‌ନାଲ୍‌’ ପାଇବା ପରେ ‘ବିଳାସପୁର-ଭଗତ୍‌ କି କୋଠି’ ଟ୍ରେନ୍‌ ଆଗକୁ ଚାଲିଲା। ସେହି ଧାରଣାରେ ମାଲ୍‌ଗାଡ଼ିଟି ବି ନାଗପୁର ଅଭିମୁଖେ ଯାଉଥିଲା। ଗୋନ୍ଦିୟା ସହରର ଟ୍ରେନ୍‌ ଗେଟ୍‌ରେ ଉପଯୁକ୍ତ ‘ସିଗ୍‌ନାଲ୍‌’ ଅଭାବରୁ ଯାତ୍ରୀବାହୀ ଟ୍ରେନ୍‌ଟି ମାଲ୍‌ଗାଡ଼ି ସହିତ ଧକ୍କା ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ପାସେଞ୍ଜର୍‌ ଟ୍ରେନ୍‌ ଓ ମାଲ୍‌ଗାଡ଼ି ନାଗପୁର ଅଭିମୁଖେ ଯାତ୍ରା କରୁଥିଲେ। ଆହତ ହୋଇଥିବା ୫୩ଜଣଙ୍କ ମଧ୍ୟରୁ ୧୩ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟଜନକ ରହିଛି। ଆହତ ଯାତ୍ରୀମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନଥିବା ଜଣାପଡିଛି |

 

Breaking News