Report Card Odisha

| Daily Odia News

୩ ବନ କର୍ମଚାରୀ ନିଲମ୍ବିତ…..

ରିପୋର୍ଟ କାର୍ଡ / ବାରିପଦା

ବାରିପଦା ବେତନଟୀ ରେଞ୍ଜର ବନପାଳ ଏବଂ ଦୁଇ ବନରକ୍ଷୀଙ୍କୁ ନିଲମ୍ବନ କରାଯାଇଛି। ହାତୀ ମୃତ୍ୟୁ ଘଟଣାରେ ଏହି ୩ ବନ କର୍ମଚାରୀ ନିଲମ୍ବିତ ହୋଇଛନ୍ତି।ସୂଚନାନୁଯାୟୀ, ବେତନଟୀ ରେଞ୍ଜରେ ବିଭିନ୍ନ ସ୍ଥାନରେ ୨୦ରୁ ଅଧିକ ଝାଡ଼ଖଣ୍ଡୀ ହାତୀ ବୁଲୁଥିବାବେଳେ ଏକ ଦନ୍ତା ହାତୀ ଶନିବାର ରାତିରେ ଜଙ୍ଗଲରୁ ବାହାରି ଆଗ୍ରିଆ ରେଲୱେ ଫାଟକ ନିକଟରେ ରେଳ ଧାରଣା ଅତିକ୍ରମ କରୁଥିବାବେଳେ ହଠାତ ଶାଲିମାରରୁ ବାରିପଦା ଅଭିମୁଖେ ଯାଉଥିବା ଦ୍ରୁତଗାମୀ ଶାଲିମାର୍-ପୁରୀ ଏକ୍ସପ୍ରେସ ସମ୍ମୁଖରେ ପଡିଯାଇଥିଲା। ଘଟଣାସ୍ଥଳରେ ହିଁ ହାତୀଟିର ଜୀବନ ଚାଲିଯାଇଥିଲା। ସୂଚନାଯୋଗ୍ୟ, ବେତନଟୀ ବନଞ୍ଚଳରେ ହାତୀମାନେ ବିଭିନ୍ନ ସମୟରେ ଜନବସତି, ରାଜପଥ, ସଡକପଥ ଓ ରେଳପଥ ଉପରେ ଯାତାୟତ କରୁଥିବାବେଳେ ବନବିଭାଗ ଠିକ ଦୃଷ୍ଟି ଦେଇନଥିବାରୁ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

Breaking News