ରିପୋର୍ଟ କାର୍ଡ / ଭୁବନେଶ୍ବର
ଓଡ଼ିଶାର ତିନିଟି ଜିଲ୍ଲାରେ ସୁନା ଖଣି ସନ୍ଧାନ ମିଳିଛି । ଏଭଳି କହିଛନ୍ତି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ବିଧାୟକ ସୁଧୀର ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି। ରାଜ୍ୟର କୌଣସି ସ୍ଥାନରେ ସୁନାଖଣିର ସନ୍ଧାନ ମିଳିଛି କି | ଯଦି ମିଳିଛି, ତାର ସବିଶେଷ ବିବରଣୀ ଦେବାକୁ ଇସ୍ପାତ ଓ ଖଣି ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସୁଧୀର ସାମଲ। ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହାର ଉତ୍ତରରେ କହିଛନ୍ତି, ଓଡ଼ିଶାର ୩ ଜିଲ୍ଲା ଦେବଗଡ଼, କେନ୍ଦୁଝର, ଓ ମୟୂରଭଞ୍ଜର ବିଭିନ୍ନ ଅଞ୍ଚଳରେ ମାଟି ତଳେ ସୁନା ପଥର ଗଛିତ ରହିଛି। ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ଓ ଜିଏସଆଇର ଅନୁସନ୍ଧାନରୁ ଏହା ଜଣାପଡ଼ିଛି। ସେ ଆହୁରି କହିଛନ୍ତି, ଦେବଗଡ଼ ଜିଲ୍ଲାର ଅଡ଼ାସ , କେନ୍ଦୁଝର ଜିଲ୍ଲାର ଗୋପୁର, ଗାଜିପୁର, କୁଶବଳା, ଅଡ଼ାଳ, ତେଲକୋଇର ସଳେଇକନା, ଡିମିରିମୁଣ୍ଡା, କରଡଙ୍ଗା ଓ ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡ଼ା, ରୁାଁସି, ଇଡେଳକୁଚା, ମାରେଡିହି, ସୁଲେଇପଟ ଓ ବାଦାମ ପାହାଡ଼ ଅଞ୍ଚଳରେ ସୁନାପଥର ଥିବା ଜଣାଯାଇଛି।






More Stories
୧୩ରେ ରାଜ୍ୟ କ୍ୟାବିନେଟ୍……
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..