ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଦାଲତ ଅବମାନନା ମାମଲାରେ ୩ ଜଣ ଆଇଏଏସ୍ ଅଫିସର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ସ୍ୱତନ୍ତ୍ର ମୁଖ୍ୟ ଶାସନ ସଚିବ ମଧ୍ୟ ରହିଛନ୍ତି। ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ମାସେ ଲେଖାଏ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୩ ଅଧିକାରୀଙ୍କୁ ୨ ହଜାର ଟଙ୍କା ଲେଖାଏ ଫାଇନ ମଧ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟ ବିଚାରପତି ଜଷ୍ଟିସ ବି ଦେବାନନ୍ଦ ସ୍ୱତନ୍ତ୍ର ମୁଖ୍ୟ ସଚିନ(କୃଷି) ପୁନମ ଏମ, ତତ୍କାଳୀନ ସ୍ପେଶାଲ କମିଶନର(କୃଷି) ଏଚ ଅରୁଣ କୁମାର ଓ କୁରନୁଲର ତତ୍କାଳୀନ ଜି ବୀରପାଣ୍ଡିଆନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦୧୯ ଅକ୍ଟୋବର ମାସରେ କୋର୍ଟ ଗାଁ କୃଷି ସହାୟକ(ଗ୍ରେଡ-୨) ପଦବୀ ପାଇଁ ଜଣେ ଆଶାୟୀଙ୍କ ନାଁ ବିଚାରକୁ ନେବା ପାଇଁ ସରକାରୀ ଅଧିକାରୀମାନଙ୍କୁ କହିଥିଲେ। ସେହିପରି ୨ ସପ୍ତାହ ମଧ୍ୟରେ ଉପଯୁକ୍ତ ନିର୍ଦ୍ଦେଶ ପାରିତ କରିବାକୁ ପରାମର୍ଶ ଦେଇଥିଲେ। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସରକାରୀ ଅଧିକାରୀମାନେ କାର୍ଯ୍ୟକାରୀ ନ କରିବାରୁ ଆବେଦନକାରୀ ଜଣଙ୍କ ଅଦାଲତ ଅବମାନନା ମାମଲା କରିଥିଲେ। ୨୦୨୦ ନଭେମ୍ବରରେ ମାମଲା ହେବା ପରେ ସରକାରୀ ଅଧିକାରୀମାନେ ଡିସେମ୍ବର ୨୦୨୦ରେ ଆଶାୟୀ ଜଣଙ୍କ ଗାଁ କୃଷି ସହାୟକ ପଦବୀ ପାଇଁ ଯୋଗ୍ୟ ନୁହନ୍ତି ବୋଲି କହିଥିଲେ। ତେବେ ୨୦୧୯ ଅକ୍ଟୋବର ୨୨ରେ କୋର୍ଟ ଦୁଇ ସପ୍ତାହ ମଧ୍ୟରେ ଆଶାୟୀଙ୍କ ନାଁକୁ ବିଚାର କରିବାକୁ କହିଥିବା ବେଳେ ଅଧିକାରୀମାନେ ପ୍ରାୟ ବର୍ଷକ ପରେ ତରବରିଆ ଭାବେ ଏହାକୁ କାର୍ଯ୍ୟକାରୀ କରିଥିଲେ। ତେଣୁ କୋର୍ଟ ଏଥିପାଇଁ ୩ ଆଇଏଏସ୍ ଅଧିକାରୀଙ୍କୁ ଜେଲଦଣ୍ଡ ଦେଇଛନ୍ତି।






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..