Report Card Odisha

| Daily Odia News

ଗ୍ୟାସ୍ ସିଲିଣ୍ଡର ଫାଟି ୩ ଶ୍ରମିକ ଗୁରୁତର……

ରିପୋର୍ଟ କାର୍ଡ / ବଲାଙ୍ଗିର

ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଭୂତିଆରବାହାଲ ଗାଁରେ ନାଇଟ୍ରୋଜେନ୍ ଗ୍ୟାସ୍ ସିଲିଣ୍ଡର ଫାଟି ୩ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଆହତ ଶ୍ରମିକମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଜଣେ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଆହତ ୩ ଜଣ ଶ୍ରମିକଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ- ଆଜି ସକାଳେ ଭୂତିଆରବାହାଲ ଗାଁରେ ଥିବା ଏକ କ୍ରସରରେ ଶ୍ରମିକମାନେ କାମ କରୁଥିଲେ। ସେଠାରେ ଥିବା କମ୍ପ୍ରେସର ମେସିନ୍‌ରେ ଏହି ୩ଜଣ ଶ୍ରମିକ ନାଇଟ୍ରୋଜେନ୍ ଗ୍ୟାସ ଭର୍ତ୍ତି କରୁଥିଲେ। ହଠାତ୍ ନାଇଟ୍ରୋଜେନ୍ ସିଲିଣ୍ଡରଟି ବ୍ଲାଷ୍ଟ ହୋଇଥିଲା। ଏଥିରେ ୩ ଜଣ ଶ୍ରମିକ ପୋଡ଼ି ଯାଇଛନ୍ତି |

Breaking News