Report Card Odisha

| Daily Odia News

କଂଗ୍ରେସ ଛାଡିଲେ ଆଉ ୩ ନେତା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କିଛି ବର୍ଷ ହେବ ଦେଶରେ କଂଗ୍ରେସ ଶକ୍ତ ବିରୋଧୀ ଦଳ ଭାବେ ଛିଡା ହେଉଥିଲା | କିନ୍ତୁ ଏବେ ରସାତଳଗାମୀ ହେବାରେ ଲାଗିଛି କଂଗ୍ରେସ | ଦିନକୁ ଦିନ ଶକ୍ତିହୀନ ହୋଇପଡୁଛି | ଏହା ଭିତରେ କଂଗ୍ରେସର ବରିଷ୍ଠ ନେତା ଦଳ ଛାଡିଲେଣି | ଦଳୀୟଅନ୍ତ କନ୍ଦଳ ଲାଗିରହୁଛି | ଯାହାଦ୍ୱାରା ସାଧାରଣ ଲୋକଙ୍କର କଂଗ୍ରେସ ଉପରୁ ଆସ୍ଥା ଭରସା ଉଠିଗଲାଣି | ନେତା ମାନେ ମୁହଁ ଫେରାଇ ନେଉଛନ୍ତି | ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରଠାରୁ ଦଳରେ ଇସ୍ତଫା ପର୍ବ ଆରମ୍ଭ ହୋଇଛି । ଆଜି ଦିନ କଂଗ୍ରେସର ଆଉ ତିନିଜଣ ନେତା ଦଳ ଛାଡିଛନ୍ତି। ପୂର୍ବତନ ଉପବାଚସ୍ପତି ଗୁଲାମ ହାଇଦର ମଲିକଙ୍କ ସମେତ ତିନିଜଣ କଂଗ୍ରେସ ନେତା ଆଜାଦଙ୍କୁ ସମର୍ଥନ କରି ଦଳରୁ ଇସ୍ତଫା ଦେଉଥିବା କହିଛନ୍ତି। ଏହା ପୂର୍ବରୁ ଆଜାଦଙ୍କ ଇସ୍ତଫାକୁ ସମର୍ଥନ କରି ଏବେ କଂଗ୍ରେସର ୬ଜଣ ପୂର୍ବତନ ବିଧାୟକ ଇସ୍ତଫା ଦେଇଥିଲେ। ଗୁଲାମ ନବୀ ଆଜା ଗତ ଶୁକ୍ରବାର ଦଳର ପ୍ରାଥମିକ ସଦସ୍ୟତା ଏବଂ ସମସ୍ତ ପଦବୀରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେଇ ସେ ଅଭିଯୋଗ କରିଥିଲେ ଯେ ଆଭ୍ୟନ୍ତରୀଣ ନିର୍ବାଚନ ନାଁରେ କଂଗ୍ରେସ ନେତୃତ୍ୱ ଧୋକା ଦେଉଛନ୍ତି। ଆଜି ରାହୁଲ୍‌ ଗାନ୍ଧୀ ଭଲ ଲୋକ, କିନ୍ତୁ ରାଜନୀତି ପାଇଁ ତାଙ୍କର ସ୍ବଭାବଗତ ଦକ୍ଷତା ନାହିଁ ବୋଲି କହିଛନ୍ତି ଆଜାଦ।  ସତ କହିବାକୁ ଗଲେ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷା ଥିବା ବେଳେ ବରିଷ୍ଠ ନେତାମାନଙ୍କର ପରାମର୍ଶ ନେଉଥିଲେ। ସେମାନଙ୍କ ସୁପାରିସ ଗ୍ରହଣ କରିବା ସହ ସେ ସେମାନଙ୍କ ଉପରେ ନିର୍ଭର କରୁଥିଲେ। ସେ ମତେ ମଧ୍ୟ ୮ଟି ରାଜ୍ୟର ଦାୟିତ୍ବ ଦେଇଥିଲେ। ସେଥିରୁ ମୁଁ ୭ଟିରେ ବିଜୟୀ ହୋଇଥିଲି। ମୋ କାମରେ ସେ ହସ୍ତକ୍ଷେପ କରି ନ ଥିଲେ। କିନ୍ତୁ, ରାହୁଲ୍‌ ଗାନ୍ଧୀ ଆସିବା ପରେ ୨୦୦୪ଠାରୁ ସୋନିଆ ତାଙ୍କ ଉପରେ ଅଧିକ ନିର୍ଭରଶୀଳ ହେଲେ। କିନ୍ତୁ, ରାଜନୀତି ପାଇଁ ରାହୁଲ୍‌ଙ୍କର ସ୍ବଭାବଗତ ଦକ୍ଷତା ନ ଥିଲା। ତେଣୁ, ସମସ୍ତେ ରାହୁଲ୍‌ଙ୍କୁ ସହଯୋଗ କରନ୍ତୁ ବୋଲି ସୋନିଆ ଚାହୁଁଥିଲେ। ଉଲ୍ଲେଖ ଯୋଗ୍ୟ – ଗତ ଶୁକ୍ରବାର ଗଲାମ ନବୀ ଆଜାଦ ଦଳରୁ ଇସ୍ତଫା ଦେବା ପରେ ଶନିବାର ବିଜେପି ‌ନେତୃବୃନ୍ଦ ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ କଟାକ୍ଷ କରିଥିଲେ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଥିଲେ କି – ‘ଦଳ ଦ୍ବାରା ଅବହେଳିତ ହୋଇ ଆଗକୁ ଆହୁରି ଅନେକ ବରିଷ୍ଠ ନେତା କଂଗ୍ରେସ ଛାଡ଼ିଦେବେ। ସମୟ ଆସିବ କଂଗ୍ରେସରେ କେବଳ ଗାନ୍ଧି ପରିବାରର ସଦସ୍ୟମାନେ ଥିବେ।

 

Breaking News