ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଂସଦର ମୌସୁମୀ ଅଧିବେଶନ ଚାଲିଥିବା ବେଳେ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି। ଗୃହରେ ହୋହାଲ୍ଲା କରି ବିଶୃଙ୍ଖଳା କାରଣରୁ ଆଜି ରାଜ୍ୟସଭା ଅଧ୍ୟକ୍ଷ ଆଉ ୩ ଜଣ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି। ଗତକାଲି ପର୍ଯ୍ୟନ୍ତ ୨୪ ଜଣ ସାଂସଦ ନିଲମ୍ବିତ ହୋଇଥିବା ବେଳେ ଆଜି ଏହି ସାଂସଦ ଙ୍କୁ ମିଶାଇ ନିଲମ୍ବିତ ସାଂସଦ ଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି। ଆଜି ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରେ ସୁଶୀଲ କୁମାର ଗୁପ୍ତା, ସନ୍ଦୀପ ପାଠକ ଓ ଅଜିତ କୁମାର ଅଛନ୍ତି। ଏମାନେ ସମସ୍ତେ ଆମ୍ ଆଦମୀ ପାର୍ଟିର ବୋଲି ଜଣାପଡିଛି। ପୂର୍ବରୁ ନିଲମ୍ବିତ ହୋଇଥିବା ସାଂସଦମାନେ ନିଲମ୍ବନକୁ ନେଇ ସଂସଦ ଭବନ ପରିସରରେ ୫୦ ଘଣ୍ଟା ଧରି ଧାରଣା ଦେଇଛନ୍ତି। ସେମାନେ ଗୃହକୁ ଫେରିବାକୁ ଦାବି କରୁଛନ୍ତି। ସେପଟେ କ୍ଷମା ନ ମାଗିବା ପର୍ଯ୍ୟନ୍ତ ସେମାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେବ ନାହିଁ ବୋଲି ଉଭୟ ଗୃହର ପରିଚାଳକ ସ୍ପଷ୍ଟ କରିଦେଇଛନ୍ତି।






More Stories
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..
ଇଣ୍ଡୋନେସିଆରେ ବିଜୁବାବୁଙ୍କୁ ମୋଦୀଙ୍କ ପ୍ରଶଂସା…..