ରିପୋର୍ଟ କାର୍ଡ / ବୌଦ୍ଧ
୩ ଜଣ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଏହି କର୍ମଚାରୀଙ୍କୁ ବୌଦ୍ଧ ଏସପି ନିଲମ୍ବନ କରିଛନ୍ତି । ବାଘିଆପଡା ଫାଣ୍ଡି ଅଧିକାରୀ ଓ ୨ଜଣ କନେଷ୍ଟବଳ ନିଲମ୍ବିତ କରାଯାଇଥିବା କଥା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ଏହି ୩ଜଣ କର୍ମଚାରୀ ଗଞ୍ଜେଇ କାରବାର କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ଆସିଛି । ତେଣୁ ବୌଦ୍ଧ ଏସପି ଏମାନଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି । ଏଥିରେ ବଘିଆପଡ଼ା ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ ଏବଂ ୨ କନେଷ୍ଟବଳ ସଂଜୀବ ପ୍ରଧାନ ଓ କେଶବ ପ୍ରଧାନ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ନିକଟରେ, ଏହି ବୌଦ୍ଧ ଜିଲ୍ଲାରେ ୪ଜଣ ତହସିଲଦାର ଅଫିସରଙ୍କ ଦରମା ବନ୍ଦ କରାଯାଇଥିଲା। ଜିଲ୍ଲାପାଳ ହରଭଙ୍ଗା ତହସିଲ କାର୍ଯ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ । ସେଠାରେ ୩ କିରାଣି ଏବଂ ଜଣେ ପିଅନଙ୍କ ଅନିୟମିତ କାର୍ଯ୍ୟ ଦେଖି ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ସେଠାରେ ତହସିଲଦାରଙ୍କୁ କାରଣ ଦର୍ଶାଇ ଜିଲ୍ଲାପାଳ ନୋଟିସ ଜାରି କରିଥିଲେ । ହାଜିରା ରେଜିଷ୍ଟର ଓ କ୍ୟାସବୁକ ଅପଡେଟରେ ଅବହେଳା ଯୋଗୁଁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।
More Stories
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..
ଓଡ଼ିଶା ଆସିବେ ରାଷ୍ଟ୍ରପତି….
ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ନିଷ୍ପତ୍ତିକୁ ସ୍ଥଗିତ କଲା ଓଏସ ସଂଘ ….