ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାମ୍ମୁ କାଶ୍ମୀର ସୋପିଆନରେ ବଡ଼ ଧରଣର ଅଘଟଣ ଘଟିଛି । ଯବାନ ମାନଙ୍କ ଏକ ଗାଡ଼ି ବିସ୍ଫୋରଣ ଘଟି ୩ଜଣ ଯବାନ ଆହତ ହୋଇଛନ୍ତି । ସମସ୍ତ ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଗାଡ଼ିରେ କିପରି ବିସ୍ଫୋରଣ ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି | କେଉଁ କାରଣରୁ ଏପରି ଘଟିଲା ତାହାର ତଦନ୍ତ ଜାରିରହିଛି । ଯବାନଙ୍କ ଗାଡ଼ରେ କେହି ବୋମା ରଖିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ନା ଗାଡ଼ିର ବ୍ୟାଟେରିରେ ତ୍ରୁଟି ଯୋଗୁ ଏପରି ଘଟଣା ଘଟିଛି ତାକୁ ନେଇ ତଦନ୍ତ କରୁଛି ପୋଲିସ । ଅନ୍ୟପଟେ ଆହତ ୩ଜଣ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିରଥିବା ଜଣାପଡ଼ିଛି ।






More Stories
ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ….
ଏପ୍ରିଲ ୯ ସୁଦ୍ଧା ଶେଷ ହେବ ଯୁଦ୍ଧ !…..
ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ…..