ରିପୋର୍ଟ କାର୍ଡ / ଜଗତସିଂପୁର
ଦେବୀ ନଦୀରେ ଭାସିିଯାଇ ୩ ଜଣ ଛାତ୍ର ନିଖୋଜ ହୋଇଯାଇଥିବା ବେଳେ ଜଣକର ମୃତ ଦେହ ଉଦ୍ଧାର ହୋଇଛି | ଅନ୍ୟ ୨ ଜଣ ନିଖୋଜ ରହିଛନ୍ତି | ଜଗତସିଂହପୁର ଜିଲ୍ଲା ମାଛ ଗାଁ ନିକଟରେ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ଗାଧୋଇବାକୁ ଯାଇଥିବା ବେଳେ ଏହି ଅଘଟ ଘଟିଛି । ସେମାନେ ସମସ୍ତ ଭୁବନେଶ୍ୱରର ରୁ ଯାଇଥିବା ଜଣାପଡିଛି । ନିଖୋଜ ଛାତ୍ର ଭୁବନେଶ୍ୱରରେ + ୨ ରେ ପଢୁଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସାହାର୍ଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟ ଆମ୍ବଶାଳର ଜଣେ ଛାତ୍ର ନଦୀକୁ ଯାଇଥିଲା । ଗାଧୋଇବା ସମୟରେ ଅସାବଧାନତାବଶତଃ ସମସ୍ତେ ପାଣି ଭାସିଯାଇଥିବା ଅନୁମାନ କରାଯାଉଛି ।






More Stories
ଭୁବନେଶ୍ୱରରେ ଯୁବତୀଙ୍କୁ ବଳାତ୍କାର…..
ସୌମ୍ୟ ହତ୍ୟା ମାମଲା:କ୍ରାଇମ୍ବ୍ରାଞ୍ଚ ସ୍କାନର୍ରେ ଆଇପିଏସ୍ ଅଧିକାରୀ ଗଙ୍ଗଓ୍ବାର…..
ହାତୀକୁ ଫାର୍ମହାଉସରେ ପୋତିଥିଲେ:୩ ଗିରଫ……