ରିପୋର୍ଟ କାର୍ଡ / କଟକ
ଜଗତପୁର ବେଲମାଳିଆ ମନ୍ଦିର ନିକଟ ପଟ୍ଟାମୁଣ୍ଡାଇ କେନାଲରେ ବୁଡ଼ି ୩ଜଣ ଯୁବ ନିଖୋଜ ହୋଇଯାଇଛନ୍ତି। ଉଦ୍ଧାର ପାଇଁ ପୋଲିସ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ଯୁବକମାନଙ୍କୁ ଖୋଜାଖୋଜି କରୁଛନ୍ତି। ନିଖୋଜ ଯୁବକମାନେ ହେଲେ ତ୍ରିଲୋଚନ ମହଲା, ନିଲୁ ସାହୁ ଓ ବାଦଲ ସାହୁ। ତ୍ରିଲୋଚନ ମହଲା ଓ ନିଲୁ ସାହୁଙ୍କ ଘର ଚାଉଳିଆଗଞ୍ଜରେ ହୋଇଥିବା ବେଳେ ବାଦଲ ସାହୁଙ୍କ ଘର ଚୌଦ୍ୱାର ଅଞ୍ଚଳର ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ- ଲକ୍ଷ୍ମୀପୂଜା ଭାସାଣୀ ଦେଖିବା ପାଇଁ ନିଲୁ ଓ ତାଙ୍କ ସାଙ୍ଗ ତ୍ରିଲୋଚନଙ୍କୁ ନେଇ ମାଉସୀ ଘରକୁ ଯାଇଥିଲେ। ଗତକାଲି ରାତିରେ ଲକ୍ଷ୍ମୀପୂଜା ଭସାଣ ଚାଲିଥିବା ବେଳେ ପଟ୍ଟାମୁଣ୍ଡାଇ କେନାଲ ବନ୍ଧରେ ନିଲୁ, ତ୍ରିଲୋଚନ, ମାଉସୀ ପୁଅ ବାଦଲ ଓ ତାଙ୍କ ସାଙ୍ଗ ବସିଥିଲେ। ଏହି ସମୟରେ ଜଣେ ଯୁବକ କେନାଲ ଭିତରକୁ ଖସି ପଡ଼ିଥିଲେ। ଯୁବକଙ୍କୁ ଉଦ୍ଧାର କରିବାକୁ ଯାଇ ସମସ୍ତେ କେନାଲକୁ ଡେଇଁ ପଡ଼ିଥିଲେ। ପରେ ସମସ୍ତେ କେନାଲରେ ବୁଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ବାଦଲଙ୍କ ସାଙ୍ଗକୁ ଉଦ୍ଧାର କରିଥିଲେ। ହେଲେ ନିଲୁ, ତ୍ରିଲୋଚନ ଓ ବାଦଲଙ୍କର କୌଣସି ପତ୍ତା ମିଳି ନଥିଲା। ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗତକାଲି ରାତିଠୁ ସେମାନଙ୍କୁ ଖୋଜାଖୋଜି କରୁଥିଲେ |ବର୍ତ୍ତମାନ ସମୟରେ ସୂଚନା ମିଳୁଛି କି ଭାସିଯାଇଥି ୩ ଜଣକ ମଧ୍ୟରୁ ଜଣଙ୍କର ମର୍ତ୍ତ ଦେହ ଉଦ୍ଧାର ହୋଇଛି
More Stories
ହାତୀଙ୍କ ପାଇଁ ଘର ତିଆରିବେ ସରକାର……
ଭିଜିବ ଦଶହରା,୪ ଦିନ ବର୍ଷିବ……
ଆଜିଠୁ ନୂଆ ସମୟ:ସକାଳ ୮ରେ ଖୋଲିବ ନନ୍ଦନକାନନ……