ରିପୋର୍ଟ କାର୍ଡ / ଫୁଲବାଣୀ
ବହୁଚର୍ଚ୍ଚିତ ମମୀତ ମେହେର ହତ୍ୟା ମାମଲାରେ ହୁଲୁସ୍ତୁଲ ହେଉଛି ଓଡିଶା | ସବୁଠି ଲାଗିରହିଛି ମମିତା ତାତି । ଏହି ଘଟଣାକୁ ନେଇ ରାଜନୀତି ଜୋରଧରିଛି | ଶାସକ ଦଳ ବିଜେଡିକୁ ଘେରି ଟାର୍ଗେଟ କରୁଛନ୍ତି ଉଭୟ କଂଗ୍ରେସ-ବିଜେପି | ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ବିରୋଧ କରିଛନ୍ତି ବିଜେପି କର୍ମୀ । କଳାପତାନା ପ୍ରଦର୍ଶନ ଦେଖାଉଥିବା ବେଳେ ୩୦ ବିଜେପି କର୍ମୀଙ୍କୁ ଉଠାଇନେଇଛି ପୋଲିସ । ବିଜେପି କର୍ମୀଙ୍କ ସହିତ କଂଗ୍ରେସର ୨୦ ଜଣ କର୍ମୀଙ୍କୁ ପୋଲିସ ଗିରଫ କରିଛି । ତେବେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଫୁଲବାଣୀର ବିଭିନ୍ନ ସ୍ଥାନରେ କଳାପତାକା ପ୍ରଦର୍ଶନ କରାଯାଇଛି । ମାଦିକୁନ୍ଦ ଛକରେ ବିଜେପି କର୍ମୀଙ୍କ କଳାପତାକା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ନାରାୟଣୀ ମନ୍ଦିର ଛକରେ କଂଗ୍ରେସ କର୍ମୀ କଳାପତାକା ଦେଖାଇଥିଲେ । କଳାପତାକା ପ୍ରଦର୍ଶନ କରିଥିବା ଉଭୟ ଦଳର କର୍ମୀଙ୍କୁ ଉଠାଇନେଇଛି ପୋଲିସ ।






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..