Report Card Odisha

| Daily Odia News

୩୦ ସୁଦ୍ଧା ସରିବ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଅକ୍ଟୋବର ୩୦ ସୁଦ୍ଧା ସରିବ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟା । ୨୬ରେ ପ୍ରକାଶ ପାଇବ ଚୁଡାନ୍ତ ସଂରକ୍ଷଣ ତାଲିକା। ୨୯ରେ ସଂରକ୍ଷଣ ତାଲିକା ରାଜ୍ୟ ନିର୍ବାଚନ କମିଶନଙ୍କୁ ଦେବେ ସରକାର। ସରକାରଙ୍କଠୁ ଚୁଡାନ୍ତ ତାଲିକା ପାଇବା ପରେ କମିଶନ ନିର୍ବାଚନ ଲାଗି ତାରିଖ ଘୋଷଣା କରିବେ। ଏହି ସଂରକ୍ଷଣ ପ୍ରକ୍ରିୟା ସାରିବାକୁ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି ପଞ୍ଚାୟତରାଜ ନିର୍ଦ୍ଦେଶକ। ଏଥିରେ ୮ରେ ସରପଞ୍ଚ ଓ ପଞ୍ଚାୟତ ସମତି ଓ ଜିଲ୍ଲା ପରିଷଦ ପଦବୀ ପାଇଁ ପ୍ରାଥମିକ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବ ବୋଲି ଉଲ୍ଲେଖ ହୋଇଛି । ୧୬ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚିଠା ତାଲିକା ଆସିବ। ଏଥିପାଇଁ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳ ମାନଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ୱାର୍ଡମେମ୍ବର, ସରପଞ୍ଚ, ସମତିସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ନେଇ ୧୬ରୁ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ । ୨୨ ସୁଦ୍ଧା ଜିଲ୍ଲାପାଳ ମାନେ ଅଭିଯୋଗ ଶୁଣାଣି କରି କେସ ଫଇସଲା ସହ ସରକାରଙ୍କୁ ନିଜ ଜିଲ୍ଲାର ସଂରକ୍ଷଣ ତାଲିକା ଦେବେ । ସରକାରଙ୍କ ଅନୁମୋଦନ ପରେ ୨୬ରେ ଚୁଡାନ୍ତ ତାଲିକା ପ୍ରକାଶ ପାଇବ । ୨୯ ତାରିଖରେ ଚୂଡ଼ାନ୍ତ ତାଲିକା କମିଶନଙ୍କ ନିକଟରେ ସକାର ଦାଖଲ କରିବେ ସରକାର ।ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । କୋର୍ଟଙ୍କ ନିର୍ଦ୍ଦେଶକୁ ଆଖିରେ ରଖି ସରକାର ପଞ୍ଚାୟତ ନିର୍ବାଚନ ଆଇନରେ ସଂଶୋଧନ କରିଛନ୍ତି । ତେବେ ନୂଆ ଆଇନ ଆସିବା ପରେ ଏତେ କମ ସମୟରେ କିପରି ସଂରକ୍ଷଣ ତାଲିକା ହେବ ତାହା ଏବେ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି । ସେପଟେ ବିରୋଧୀ ସରକାରଙ୍କ ସଂରକ୍ଷଣ ଉପରେ ନଜର ରଖିଥିବା ବେଳେ ବିଜେଡି କହିଛି ଆଇନ ଅନୁସାରେ ସରକାର ସଂରକ୍ଷଣ ବ୍ୟବସ୍ଥା କରିବେ। ମାର୍ଚ୍ଚ ୫ରେ ସରିବ ପଞ୍ଚାୟତ ନିର୍ବାଚନ କାର୍ଯ୍ୟକାଳ । ଆଉ ତା ପୂର୍ବରୁ ଯଦି ଠିକ ସମୟରେ ସରକାର ସଂରକ୍ଷଣ ତାଲିକା ପ୍ରସ୍ତୁତ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ଦିଅନ୍ତି ତାହାଲେ ଠିକ ସମୟରେ ପଞ୍ଚାୟତ ଭୋଟ ହେବା ନେଇ ଆଶା ରହିଛି ।

Breaking News