ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓମିକ୍ରନ୍ ରିସ୍କ ଦେଶରୁ ଓଡିଶାକୁ ବର୍ତ୍ତମାନ ଫେରିଛନ୍ତି ୩୮୦ଜଣ । ସମସ୍ତଙ୍କର ଟେଷ୍ଟ ହୋଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ, ଓମିକ୍ରନ୍ ରିସ୍କ ଥିବା ଦେଶରୁ ଓଡିଶା ଏବେ ଯାଏଁ ଫେରିଛନ୍ତି ୩୮୦ ଜଣ । ୨୮ ତାରିଖ ସୁଦ୍ଧା ଓଡିଶାକୁ ଆସିଛନ୍ତି ୨୨୪ଜଣ । ଏହାପରେ ୨୯ ତାରିଖରେ ଆଉ ୧୫୬ଜଣ ଆସିଛନ୍ତି । ସମସ୍ତଙ୍କର ଟେଷ୍ଟ ହୋଇଛି । ଯଦି ଏହି ଟେଷ୍ଟରେ ସେମାନଙ୍କର ନେଗେଟିଭ୍ ଆସିଲା । ତେବେ ସେମାନଙ୍କୁ ୭ଦିନ ସଙ୍ଗରୋଧରେ ରହିବାକୁ ପଡିବ । କେନ୍ଦ୍ର ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ୍ ଅନୁସାରେ ସମସ୍ତ କାର୍ଯ୍ୟ ଚାଲୁ ରହିଛି । ସେହିପରି ବିଦେଶ ଫେରନ୍ତାଙ୍କ ଲିଷ୍ଟ ଜିଲ୍ଲା ପ୍ରଶାସନକୁ ଦିଆଯାଇଛି । ସେମାନଙ୍କ ଉପରେ ଲଗାତର ଭାବେ ପ୍ରଶାସନ ନଜର ରଖିଛି । ଗାଇଡ଼ ଲାଇନ୍ ଅନୁସାରେ ସମସ୍ତ କାର୍ଯ୍ୟ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।






More Stories
ସଚିବଙ୍କୁ ଛୁଟି ମନା…..
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..