Report Card Odisha

| Daily Odia News

ଭୁବନେଶ୍ୱର ଜଗିବେ ୩୧ ପ୍ଲାଟୁନ ଫୋର୍ସ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦଶହରା ବେଳେ କଡ଼ା ସୁରକ୍ଷାରେ ରହିବ ରାଜଧାନୀ ଭୁବନେଶ୍ୱର। ଶାନ୍ତିଶୃଙ୍ଖଳାର ସହ ପୂଜା ନିମନ୍ତେ ସୁରକ୍ଷା ଦାୟିତ୍ୱରେ ରହିବେ ୩୧ ପ୍ଲାଟୁନ ଫୋର୍ସ । ଚଳିତ ବର୍ଷ ରାଜଧାନୀର ୧୮୮ ଟି ସ୍ଥାନରେ ହେବ ଦୁର୍ଗାପୂଜା । ଏଥିପାଇଁ ୨୦ରୁ ୨୫ ଅକ୍ଟୋବର ଯାଏଁ ପୋଲିସ ଛାଉଣୀରେ ରହିବ ପୁରା ରାଜଧାନୀ । ଟ୍ରାଫିକ କଟକଣା ସହ ବ୍ଲକିଂ ଓ ଚେକିଂ କଡାକଡି ହେବ । ଭାରିଯାନ ଚଳାଚଳରେ ରହିବ ପ୍ରତିବନ୍ଧକ । କମିଶନରେଟ ପୋଲିସ କମିଶିନ ସୌମେନ୍ଦ୍ର ପିୟଦର୍ଶୀଙ୍କ କହିବାନୁଯାୟୀ, ସମୁଦାୟ ତିନିଟି କାଟାଗୋରିରେ ପୂଜା ମଣ୍ଡପକୁ ସୁରକ୍ଷା ଦିଆଯିବ । ଏଥିପାଇଁ ବିଭିନ୍ନ ବିଭାଗ ସହ କମିଶନରେଟ ପୋଲିସର ଜଏଣ୍ଟ ଇନ୍ସପେକ୍ସନ ସରିଛି । ୬ଟି ଜାଗାରେ କଣ୍ଟ୍ରୋଲ ରୁମ୍‌ କରିଛି କମିଶନରେଟ ପୋଲିସ । ବଟି ଓ ଚାନ୍ଦା ରୋକିବାକୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି ।

Breaking News