ରିପୋର୍ଟ କାର୍ଡ / ନୂଆଦିଲ୍ଲ
ଥାଇଲାଣ୍ଡ ନୌସେନାର ଏକ ଜାହାଜ ସମୁଦ୍ରରେ ବୁଡ଼ି ଯାଇଛି | ୭୫ଜଣ ନାବିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩୧ଜଣ ନିଖୋଜ ଥିବା ଜଣାପଡ଼ିଛି। ଥାଇଲାଣ୍ଡ ନୌସେନାର ଜାହାଜ ସୁଖୋଥାଇ ସମୁଦ୍ର ମଝିରେ ରହିଥିବା ବେଳେ ପ୍ରବଳ ପବନରେ ଜାହାଜରେ ପାଣି ପଶିବାରୁ ବୁଡ଼ିବାକୁ ଆରମ୍ଭ କରିଥିଲା। ଏହି ସମୟରେ ଜାହାଜର ବୈଦ୍ୟୁତିକ ବ୍ୟବସ୍ଥା ଅଚଳ ହୋଇପଡ଼ିବାରୁ ସ୍ଥିତି ଅଧିକ ସଙ୍ଗିନ ହୋଇପଡ଼ିଥିଲା। ଜାହାଜରେ ଶତାଧିକ ନାବିକ ଥିବାରୁ ସେମାନଙ୍କୁ ଉଦ୍ଧାର କରିବାକୁ ୫ଟି ବିମାନକୁ ପଠାଇ ଯାଇଥିଲା। କିଛିସମୟ ମଧ୍ୟରେ ଜାହାଜଟି ସମୁଦ୍ରରେ ବୁଡ଼ି ଯାଇଥିବା ବେଳେ ସେଥିରେ ଥିବା ୭୫ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩୧ଜଣ ନିଖୋଜ ଥିବା ଜଣାପଡ଼ିଛି। ନିଖୋଜଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..