Report Card Odisha

| Daily Odia News

୩୧ଟି ଟ୍ରେନ ରଦ୍ଦ କଲା ଭାରତୀୟ ରେଳବାଇ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କରୋନା ସଂକ୍ରମଣ ବଢି ବଢି ଚାଲିଛି | ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି | ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୩୧ଟି ଟ୍ରେନ ଚଳାଚଳ ରଦ୍ଦ କରିଛି ଭାରତୀୟ ରେଳ | ପୂର୍ବରୁ କେତେକ ରୁଟରେ ଟ୍ରେନ୍ ଚଳାଚଳ ବନ୍ଦ ହୋଇଥିବା ବେଳେ ଆଜି ପୂର୍ବତଟ ସୀମାନ୍ତ ରେଳବାଇ ପଶ୍ଚିମବଙ୍ଗ ଏବଂ ବିହାର ମଧ୍ୟରେ ଚାଲୁଥିବା ସ୍ପେଶାଲ ଟ୍ରେନଗୁଡିକୁ ରଦ୍ଦ କରିଛି । ଏହି ବନ୍ଦ ହୋଇଥିବା ୩୧ଟି ଟ୍ରେନର ତାଲିକା ଜାରି କରିଛି ଭାରତୀୟ ରେଳବାଇ ।

ଏବେ ସଂକ୍ରମଣ ହାର ଅଧିକ ରହୁଥିବା ବେଳେ ଏହି ନିଷ୍ପତ୍ତି ନେଇଛି ଭାରତୀୟ ରେଳ | ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ପୁଣି ଥରେ ସ୍ଥଗିତ କରାଯାଇଥିବା ଟ୍ରେନ ଚଳାଚଳ କରିବ ବୋଲି ଆଶା କରାଯାଉଛି |

Breaking News