Report Card Odisha

| Daily Odia News

ପୁରୀକୁ ଗଡ଼ିବ ୩୧୫ ସ୍ବତନ୍ତ୍ର ଟ୍ରେନ୍‌…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରଥଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଜୁଲାଇ ୬ରୁ ୧୯ ମଧ୍ୟରେ ପୁରୀକୁ ଓ ପୁରୀରୁ ୩୧୫ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ | ଚଳିତବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ଦୁଇ ଦିନ ଧରି ପାଳନ ହେଉଥିବାରୁ ଓଡ଼ିଶାର ବିଭିନ୍ନ ସ୍ଥାନ ସହ ପଡ଼ୋଶୀ ରାଜ୍ୟରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଚଳିତ ବର୍ଷ ନୂତନ ଭାବେ ବାଦାମପାହାଡ଼, ରାଉରକେଲା, ବାଲେଶ୍ୱର, ସୋନପୁର ଓ ଦଶପଲ୍ଲାଠାରୁ ସ୍ୱତନ୍ତ୍ର ଟ୍ରେନ୍ ପୁରୀକୁ ଚାଲିବ। ଏହାବ୍ୟତୀତ ସାନ୍ଧ୍ୟ ଦର୍ଶନ, ବାହୁଡା ଯାତ୍ରା, ସୁନାବେଶ, ଅଧରପଣା ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ପୂର୍ବତଟ ରେଳପଥ ଯୋଜନା କରିଛି। ଛତିଶଗଡ଼ର ରାୟପୁର ଓ ଜଗଦଲପୁରରୁ, ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଓ ପଲାସାରୁ ଏବଂ ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ଟ୍ରେନ ପୁରୀକୁ ଚାଲିବ। ଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ରଥଯାତ୍ରା ସମୟ ମଧ୍ୟରେ କିଛି ଦୂରଦୂରାନ୍ତର ସ୍ୱତନ୍ତ୍ର ଟ୍ରେନ୍‌ରେ ସଂରକ୍ଷିତ ଶ୍ରେଣୀ ଯୋଗାଇବାକୁ ଆବଶ୍ୟକ ପଦକ୍ଷେପ ନେଇଛି। ରଥଯାତ୍ରା ସମୟରେ ଯାତ୍ରୀଙ୍କ ପରିସେବା ସୁଦୃଢ଼ କରିବା ଉପରେ ମଧ୍ୟ ପୂର୍ବତଟ ରେଳପଥ ଗୁରୁତ୍ୱାରୋପ କରିଛି।

Breaking News