ରିପୋର୍ଟ କାର୍ଡ / ପୁରୀ
ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ନଦୀ ମୁହାଣ ନିଷିଦ୍ଧାଞ୍ଚଳରୁ ୪ ବେଆଇନ ଟ୍ରଲର ଜବତ ହୋଇଛି । ଏଥିରେ ୩୨ ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖିଛି ଅସ୍ତରଙ୍ଗ ନୂଆଗଡ ତଟରକ୍ଷୀ ବାହିନୀ । ସୂଚନାଯୋଗ୍ୟ ଯେ, ଅଲିଭ କଇଁଛଙ୍କ ଅଣ୍ଡାଦାନ ସମୟ ହୋଇଥିବାରୁ ସମୁଦ୍ର ଭିତରୁ ମାଛ ଧରିବା ପାଇଁ ଟ୍ରଲରଗୁଡିକୁ ବାରଣ କରାଯାଇଥିଲା । କିନ୍ତୁ କିଛି ଟ୍ରଲର ମାଲିକ ଚୋରାରେ ନିଷିଦ୍ଧାଞ୍ଚଳରୁ ବେଆଇନ ଭାବେ ମାଛ ଧରୁଥିବା ନେଇ ପାଟ୍ରୋଲିଂ କରୁଥିବା ସମୟରେ ଖବର ପାଇଁ ଅସ୍ତରଙ୍ଗ ତଟରକ୍ଷୀ ବାହିନୀ, ବନ ବିଭାଗ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗ ମିଳିତ ଚଢ଼ାଉ କରିଥିଲା । ଚଢାଉ ବେଳେ ୪ଟି ଟ୍ରଲର ସହିତ ୩୨ ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଏପଟେ ଏହି ୪ଟି ଟ୍ରଲର ଭିତରୁ ଗୋଟିଏ ବାଲେଶ୍ବର ଅଞ୍ଚଳର ଥିବାବେଳେ ଅନ୍ୟ ୩ଟି ପାରାଦୀପର ବୋଲି ଜଣାପଡିଛି । ଏହି ଟ୍ରଲର ଭିତରେ ବିପୁଳ ପରିମାଣର ମାଛ ଥିବାର ସୂଚନା ମିଳିଛି ।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..