ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆଜି ଦିନକରେ ୩୨୭ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୯୧ ଓ ସ୍ଥାନୀୟ ସଂକ୍ରମିତ ୧୩୬ ରହିଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୪୪ ଜଣ ରହିଛନ୍ତି । ଆଜିର ଆକ୍ରାନ୍ତଙ୍କୁ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୨୧୦୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ଭଦ୍ରକରୁ ୮, ବଲାଙ୍ଗିର ୫, ବଉଦ ୧, କଟକ ୨୯, ଢେଙ୍କାନାଳ ୧, ଗଞ୍ଜାମ ୪, ଜଗତସିଂହପୁର ୭, ଯାଜପୁରରେ ୯ ଜଣ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡାରେ ୨, କେନ୍ଦ୍ରାପଡା ୧, ଖୋର୍ଦ୍ଧା ୧୭୭, କୋରାପୁଟ ୩, ମୟୁରଭଞ୍ଜ ୧୩, ନୟାଗଡ ୩, ନୂଆପଡା ୨, ପୁରୀ ୬ ଓ ସମ୍ବଲପୁରରେ ୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ସୁନ୍ଦରଗଡରେ ୪ ଓ ଷ୍ଟେଟପୁଲରୁ ୪୨ ଜଣଙ୍କୁ ଚିହ୍ନଟ କରାଯାଇଛି । ଦିନକ ମଧ୍ୟରେ ୪୩୮ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସଂପ୍ରତି ୪୧୨୨ ଜଣ ସକି୍ରୟ କରୋନା ରୋଗୀ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି |






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..