ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ପୁଣି କ୍ଷମତାକୁ ଫେରିବା ନେଇ ଦୃଢୋକ୍ତି ବାଢ଼ିଛନ୍ତି | ଯୋଗୀ କହିଛନ୍ତି ଉତ୍ତରପ୍ରଦେଶରେ ଚାଲିଥିବା ଦୀର୍ଘ ୩୫ ବର୍ଷର ଅଭିଶପ୍ତ ପରମ୍ପରାକୁ ସେ ଭାଙ୍ଗି ଦେବେ | ଗତ ୩୫ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶରେ କୌଣସି ଜଣେ ହେଲେ ମୁଖ୍ୟମନ୍ତ୍ରୀ ଦ୍ଵିତୀୟ ଥର ପାଇଁ କ୍ଷମତାକୁ ଆସିନାହାନ୍ତି | କିନ୍ତୁ ସେ ଏହି ପରମ୍ପରାକୁ ଭାଙ୍ଗିବେ ଏବଂ ୨୦୨୨ରେ ସେ ପୁଣିଥରେ କ୍ଷମତାକୁ ଫେରିବେ ବୋଲି ଗୁରୁବାର ଏକ କାର୍ଯ୍ୟକ୍ରମକରେ ଉଦ୍ବୋଧନ ଦେଇ ଯୋଗୀ ଏଭଳି ମନ୍ତବ୍ୟ ରଖିଛନ୍ତି | ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ୩୫୦ରୁ କମ ଆସନ ପାଇବ ନାହିଁ ଏବଂ ଲଗାତାର ଦ୍ଵିତୀୟ ବାର ସରକାର ଗଠନ ନିଶ୍ଚିତ ବୋଲି ସେ କହିଛନ୍ତି | ଉଲ୍ଲେଖ ଯୋଗ୍ୟ- ସପା ସଭାପତି ଅଖିଲେଶ ଯାଦବ ନିକଟରେ କହିଥିଲେ ତାଙ୍କ ଦଳ ୪୦୦ ଆସନରେ ଜିତିବ | ଅଖିଳେଶଙ୍କ ଏହି ଟିପ୍ପଣୀ ବିରୋଧରେ ପ୍ରତିକ୍ରିୟା ରଖି ଯୋଗୀ କହିଛନ୍ତି, ଅଖିଲେଶ ଗଣନା କରି ଶିଖିନାହାନ୍ତି | ଲୁଟ ଏବଂ କୁଶାସନ ପାଇଁ ଜଣାଶୁଣା ଦଳମାନଙ୍କୁ ଏଥର ଭୋଟ ମିଳିବନହିଁ ବୋଲି ସେ କହିଛନ୍ତି |
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….