ରିପୋର୍ଟ କାର୍ଡ / କଟକ
ଗତକାଲି ଚୌଦ୍ୱାର ମଇଷାଲଣ୍ଡା ଗାଁରେ କ୍ରିକେଟ ମ୍ୟାଚ୍ ବେଳେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ସମସ୍ତ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି | ଗିରଫ ଅଭିଯୁକ୍ତମାନେ ହେଲେ ଜଗା ରାଉତ, ବାଦଲ କୈବତଲ, ସ୍ମୃତି ରଞ୍ଜନ ରାଉତ ଓ ସଞ୍ଜୟ ରାଉତ। ବ୍ରହ୍ମପୁର ଓ ଶଙ୍କରପୁର ଗ୍ରାମର ପିଲାଙ୍କ ମଧ୍ୟରେ ଗତକାଲି ମଇଷାଲଣ୍ଡା ଗାଁରେ କ୍ରିକେଟ ମ୍ୟାଚ ଚାଲିଥିଲା। ଖେଳ ମଝିରେ ଆଉଟ୍ ନିଷ୍ପତ୍ତିକୁ ନେଇ ୨ ଟିମ୍ ମଧ୍ୟରେ ବଚସା ହୋଇଥିଲା। ଜଗା ଓ ସଂଗ୍ରାମ ରାଉତ ଅମ୍ପାୟାରଙ୍କୁ ଠେଲାପେଲା କରିଥିଲେ। ସେହି ସମୟରେ ସେଠାରେ ଉପସ୍ଥିତ ମଇଷାଲଣ୍ଡା ଗାଁର ୨୨ ବର୍ଷୀୟ ଯୁବକ ଲକି ରାଉତ ଏହି ବିବାଦର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ଖେଳାଳି ତୁରନ୍ତ ସଞ୍ଜୟ ରାଉତ, ବାଦଲ ଓ ସ୍ମୃତି ରଞ୍ଜନଙ୍କୁ ଖବର ଦେଇଥିଲେ। ଏହି ୩ ଜଣ ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନେ ଲକିଙ୍କୁ କାବୁ କରି ନେଇଥିଲେ। ବାଦଲ ଓ ସଞ୍ଜୟ ରାଉତ ଲକିଙ୍କୁ କାବୁ କରିଥିବା ବେଳେ ରାଜା ନିଜ ବ୍ୟାଟରେ ତାଙ୍କ ମୁଣ୍ଡକୁ ପିଟି ଥିଲେ। ଏହା ପରେ ଲକି ତଳେ ପଡ଼ି ଛଟପଟ ହେଉଥିବା ବେଳେ ସ୍ମୃତି ରଞ୍ଜନ ଏକ ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲେ। ଲକିଙ୍କୁ ଲହୁଲୁହାଣ କରି ଏହି ତିନି ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ଗ୍ରାମବାସୀ ଅନ୍ୟତମ ଅଭିଯୁକ୍ତ ଜଗା ରାଉତଙ୍କୁ କାବୁ କରି ନେଇଥିଲେ। ଗତକାଲି ରାତି ସାରା ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ଫେରାର ୩ ଅଭିଯୁକ୍ତ- ବାଦଲ, ସ୍ମୃତି ରଞ୍ଜନ ଓ ସଞ୍ଜୟଙ୍କୁ ଗିରଫ କରାଯାଇଥିଲା।






More Stories
ଆସନ୍ତାକାଲି ସ୍କୁଲ୍ ଛୁଟି…..
ଜମ୍ମୁ କାଶ୍ମୀରରେ ଭୂକମ୍ପ…..
ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି…..