ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ହୋଲିରେ ଘଟିଥିଲା ୨ଟି ହତ୍ୟାକାଣ୍ଡ। ଗୋଟିଏ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଆଉ ଗୋଟିଏ ଶହୀଦନଗର ଥାନା ଅଞ୍ଚଳରେ। ତେବେ ଏହି ଦୁଇଟି ହତ୍ୟା ଘଟଣାର ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ଏନେଇ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି। ମଞ୍ଚେଶ୍ବର ଥାନା ଅଞ୍ଚଳ ହତ୍ୟା ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ତନ୍ମୟ ବେହେରା ଓ ୩ ସହଯୋଗୀ ଗିରଫ ହୋଇଛନ୍ତି। ମୁଖ୍ୟ ଅଭିଯୁକ୍ତ ପିପିଲି ଥାନା ଅଞ୍ଚଳରୁ ଗିରଫ ହୋଇଥିବା ଡିସିପି କହିଛନ୍ତି। ପୋଲିସ ପିଛା କରିବା ସମୟରେ ଡିମିରି ଫଳ ଖାଇଦେଇଥିଲେ ଅଭିଯୁକ୍ତ। ତେବେ ତାଙ୍କୁ ମଙ୍ଗଳପୁର ସିଏଚ୍ସିରେ ଭର୍ତ୍ତି କରାଯାଇଥିଲା। ସେ ସୁସ୍ଥ ହେବା ପରେ ଏବେ ଥାନାରେ ରହିଥିବା କହିଛନ୍ତି ଡିସିପି। ସେହିପରି ଶହୀଦନଗର ଥାନା ଅଞ୍ଚଳ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ବାନା ଗୁନି ଗିରଫ ହୋଇଥିବାବେଳେ ଜଣେ ନାବାଳକ ଅଟକ ରହିଛନ୍ତି। ତେବେ ଏହି ହତ୍ୟାକାଣ୍ଡ ଅନ୍ୟ କୌଣସି କାରଣକୁ ନେଇ ନୁହେଁ, ହୋଲି ଖେଳକୁ ନେଇ ବଚସାରୁ ହତ୍ୟାକାଣ୍ଡ ଘଟିଛି ବୋଲି ଡିସିପି ସ୍ପଷ୍ଟ କରିଛନ୍ତି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..